ଓଡିଶା

odisha

ETV Bharat / state

ଛାତ୍ରୀମାନଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନ ସଚେତନତା କାର୍ଯ୍ୟକ୍ରମ - ଅନ୍ତର୍ଜାତୀୟ ମହିଳା ଦିବସ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ପାଠପଢୁଥିବା ଛାତ୍ରୀଙ୍କୁ ଆଇନରେ ଥିବା ସମସ୍ତ ସୁବିଧା ବିଷୟରେ ସଚେତନ କରିଥିଲେ ।

ଛାତ୍ରୀମାନଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର  ଆଇନ ସଚେତନତା କାର୍ଯ୍ୟକ୍ରମ
ଛାତ୍ରୀମାନଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନ ସଚେତନତା କାର୍ଯ୍ୟକ୍ରମ

By

Published : Mar 9, 2021, 11:45 AM IST

ସୁନ୍ଦରଗଡ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ପାଠପଢୁଥିବା ଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ସମ୍ବୋଧିତ କରିବା ସହ ସେମାନଙ୍କ ପାଇଁ ଆଇନରେ ଥିବା ସମସ୍ତ ସୁବିଧା ବିଷୟରେ ସଚେତନ କରିଥିଲେ ।

ଛାତ୍ରୀମାନଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନ ସଚେତନତା କାର୍ଯ୍ୟକ୍ରମ

ବିଶେଷ କରି ଯୁବତୀମାନଙ୍କ ପାଇଁ ଥିବା ଆଇନ, ସେମାନଙ୍କର ଅଧିକାର ଓ ଆଇନ ବ୍ୟବସ୍ଥାରେ ଥିବା ସୁବିଧା ନେଇ ସେମାନଙ୍କୁ ବିଚାରପତିମାନେ ଅବଗତ କରିଥିଲେ । ଅନ୍ତର୍ଜାତୀୟ ମହିଳା ଦିବସରେ ସେମାନଙ୍କୁ ଏହି ଭେଟି ଦେବା ସହ ଆଇନର ଦ୍ବାର ସେମାନଙ୍କ ପାଇଁ ସବୁବେଳେ ଖୋଲା ଥିବା କଥା କହିଥିଲେ ।ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ସେମାନଙ୍କୁ ସୂଚିତ କରିବା ସହ ସେହି ଅତ୍ୟାଚାରରୁ କିପରି ସେମାନେ ନିଜକୁ ସୁରକ୍ଷିତ ରଖିପାରିବେ ଓ କିଭିଳି ଭାବେ ସେମାନେ ଆଇନ ବା ପୋଲିସର ଆଶ୍ରୟ ନେଇ ପାରିବେ ସେ ନେଇ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ଅଶ୍ବିନୀ କୁମାର ନାଏକ , ମୁଖ୍ୟ ବିଚାରପତି ବିଭୁ ପ୍ରସାଦ ପଣ୍ଡା , ରେଜିଷ୍ଟ୍ରାର ଜିଲ୍ଲା ଆଇନସେବା ପ୍ରାଧିକରଣ ସୈକତ ପାତ୍ର , ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପ୍ରତ୍ୟୁଷ ଚାନ୍ଦ , ଦ୍ବିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ ଚିନ୍ମୟ କୁମାର ଦାଶ , ସମାଜସେବୀ ସ୍ନେହଲତା ପଟେଲ , ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଧୀର କୁମାର ଦାଶ , ପ୍ରଫେସର ଲଳିତ ରଂଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମାହପାତ୍ର, ଇଟିଭି ଭାରତ

ABOUT THE AUTHOR

...view details