ଓଡିଶା

odisha

ETV Bharat / state

ଏଲଆଇସି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଅଦାନୀ ଗ୍ରୁପ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି କଂଗ୍ରେସ । ଏନେଇ ଏଲଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

By

Published : Mar 9, 2023, 9:28 PM IST

district congress protest
district congress protest

district congress protest

ରାଉରକେଲା : ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଦଳ। ଅଦାନୀ ଗ୍ରୁପ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି କଂଗ୍ରେସ। ଗୌତମ ଆଦାନୀଙ୍କ ମାଲିକାଧୀନ କମ୍ପାନୀର ଷ୍ଟକ ବଜାର ମୂଲ୍ୟରେ ଜାଲିଆତି ଘଟଣାକୁ ନେଇ ଆଜି ରାଉରକେଲା ସହରର ଏଲଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ଦଳ। ଏଥିସହ ଦେଶର ସମସ୍ତ ଏଲଆଇସି ଶାଖା ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଆଦାନୀ ଗ୍ରୁପ ଦ୍ବାରା ହୋଇଥିବା ଜାଲିଆତି ଘଟଣାରେ ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧାନରେ ତଦନ୍ତ ନିମନ୍ତେ ଦଳ ଦାବି କରିଛି।

ସୂଚନା ମୁତାବକ, ଆମେରିକୀୟ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଏକ ରିପୋର୍ଟ ପ୍ରକାଶିତ କରିଥିଲା । ସେହି ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ସମ୍ପର୍କରେ ସେୟାର ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂରେ ଜାଲିଆତି କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଲଗାତାର ଭାବେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ତଥା ଭାରତର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ଧନୀ ତାଲିକାରେ ଗୌତମ ଆଦାନୀଙ୍କ ସ୍ଥାନ ମଧ୍ୟ ତଳକୁ ଖସିଛି । ତେବେ ଲୋକଙ୍କ ଝାଲବୁହା ଟଙ୍କା ଲୋକେ ସେୟାର ବଜା ରେ ଅଦାନୀ ଗ୍ରୁପ ରେ ଲଗାଇଥିଲେ ଯେଉଁଥିରେ ସେୟାର ଦର ଏତେ ମାତ୍ରାରେ ହ୍ରାସ ପାଇବା ଯୋଗୁଁ ବର୍ତ୍ତମାନ ଲୋକେ ହଇରାଣ ହେଉଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଅଭିଯୋଗ କରିଛି ।

ଅନ୍ୟପଟେ ସରକାରୀ ରାଜକୋଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୁଟ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ନିଜର ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଉଜାଡି ଦେଇଛନ୍ତି । ବ୍ୟବସାୟୀଙ୍କ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏଲଆଇସି, ଷ୍ଟେଟ ବ୍ୟାଙ୍କ ଭଳି ବହୁ ରାଷ୍ଟ୍ରାୟତ୍ତ ସଂସ୍ଥାର ଅର୍ଥ ଯୋଗାଇ ଦିଆଯାଇଛି ଯାହାର ପ୍ରଭାବ ରେ ବର୍ତ୍ତମାନ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ ନିରବତାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ସେହିପରି ରାଉରକେଲା ରେ ମଧ୍ୟ ବିଭିନ୍ନ ଜାଗାରେ ଏଲଆଇସି ଅଫିସ ସମ୍ମୁଖରେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details