ଓଡିଶା

odisha

ETV Bharat / state

ରାଉରକେଲାରେ ବିଜେଡି ତିନି ଫାଳ - ରାଉରକେଲା

ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ବିଜେଡି ବିଦ୍ରୋହୀ। ମିନତୀ ଦେବତା ଆଜି ବିଜେଡିର ପତାକା ଧରି ମହିଳାଙ୍କ ସହିତ ଆସି ପ୍ରାର୍ଥୀ ପତ୍ର ଭରିବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

By

Published : Mar 26, 2019, 10:29 PM IST

ରାଉରକେଲା: ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ବିଜେଡି ବିଦ୍ରୋହୀ। ମିନତୀ ଦେବତା ଆଜି ବିଜେଡିର ପତାକା ଧରି ମହିଳାଙ୍କ ସହିତ ଆସି ପ୍ରାର୍ଥୀ ପତ୍ର ଭରିବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଗତକାଲି ବିଜେଡି ଓ ବିଜେପିର ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଥିବାବେଳେ ଆଜି ରାଉରକେଲା ଏବଂ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ବାଳଙ୍କ ଜାଗାରେ ବିରେନ ସେନାପତି କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସେଠୀ କଂଗ୍ରେସରୁ ନିଜ ନାମାଙ୍କନ ଦାଖଲ କରିଛନ୍ତି।

ହେଲେ ଆଶ୍ଚର୍ଯ୍ୟକର କଥା ହେଉଛି ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ବିରୋଧରେ ବିଜେଡିର ଦୁଇ ଜଣ ସ୍ୱାଧୀନ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିର ଆଗଧାଡ଼ିର ନାରୀ ନେତ୍ରୀ ମିନତୀ ଦେବତା ଆଜି ନାରୀଶକ୍ତିଙ୍କୁ ଏକାଠି କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ବିଜେଡିର ଆଉ ଜଣେ ନେତା ବିକାଶ ମାନସିଂ ମଧ୍ୟ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସିବା ସହ ରାଉରକେଲା ବିଜେଡି ତିନି ଫାଳ ହୋଇଥିବାର ନଜର ଆସିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details