ଓଡିଶା

odisha

By ETV Bharat Odisha Team

Published : Nov 11, 2023, 8:18 AM IST

ETV Bharat / state

Diwali 2023: ଦୀପ ତିଆରି କରି ସ୍ବାବଲମ୍ବୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଦୀପ ତିଆରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଆଶାଦୀପ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Diwali 2023:ଦୀପ ତିଆରି କରି ଉଦାହାରଣ ସୃଷ୍ଟି କରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ
Diwali 2023:ଦୀପ ତିଆରି କରି ଉଦାହାରଣ ସୃଷ୍ଟି କରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

Diwali 2023:ଦୀପ ତିଆରି କରି ଉଦାହାରଣ ସୃଷ୍ଟି କରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ରାଉରକେଲା:ଭିନ୍ନକ୍ଷମ ହୋଇ ବି ସକ୍ଷମ । ଦୀପାବଳି ପାଇଁ ଦୀପ ତିଆରି କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଇସ୍ପାତ ସହର ରାଉରକେଲାର ଛେଣ୍ଡରେ ଥିବା ଆଶାଦୀପ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ଦୀପାବଳି ପାଇଁ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଦୀପ ଓ ବିଭିନ୍ନ ସାମଗ୍ରୀ ତିଆରି କରି ଉଦାହରଣ ପାଲଟିଛନ୍ତି । ଏହି ଭିନ୍ନକ୍ଷମ ପିଲାମାନେ ନିଜ ହାତରେ ଆକର୍ଷଣୀୟ ଦୀପ, ଧୂପ ଏବଂ କ୍ୟାଣ୍ଡେଲ ତିଆରି କରୁଛନ୍ତି । ଯାହା ସେମାନଙ୍କୁ ସ୍ବାବଲମ୍ବୀ କରିଛି । ରାତି ପାହିଲେ ଆଲୋକର ପର୍ବ ଦୀପାବଳି ପାଳନ ହେବାକୁ ଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛିରାଉରକେଲା ସହର ।

ସହରର ଛେଣ୍ଡରେ ଥିବା ଆଶାଦୀପ ଭିନ୍ନକ୍ଷମ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଦୀପ, ଧୂପ ଏବଂ କ୍ୟାଣ୍ଡେଲ । ଏହି ଦୀପ ଓ କ୍ୟାଣ୍ଡେଲ କୌଣସି ସାଧାରଣ ସାମଗ୍ରୀ ନୁହେଁ ଏହା ହେଉଛି ଭିନ୍ନକ୍ଷମମାନଙ୍କ ଦ୍ୱାରା ସ୍ନେହରେ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ତିଆରି କରାଯାଇଥିବା ସାମଗ୍ରୀ । ରଙ୍ଗ ବେରଙ୍ଗର ଆକର୍ଷଣୀୟ ଦୀପ ବନାଉଛନ୍ତି ଏହି ଭିନ୍ନକ୍ଷମ ପିଲାମାନେ । ଏହା ପ୍ରମାଣ କରିଦେଉଛି ଯେ, ସେମାନେ ହୁଏତ ଭିନ୍ନକ୍ଷମ ହୋଇପାରନ୍ତି କିନ୍ତୁ ଅକ୍ଷମ ନୁହନ୍ତି ।

ଏହାମଧ୍ୟ ପଢନ୍ତୁ:ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବାରେ ଆଶାଦୀପ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ପାରଙ୍ଗମ ଅଟନ୍ତି । ଏବେ ଦୀପାବଳୀ ଲାଗି ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରଙ୍ଗ ବେରଙ୍ଗର ମାଟି ଦୀପ । ବିଭିନ୍ନ ପ୍ରକାର ରଙ୍ଗରେ ଆକର୍ଷଣୀୟ ରୂପ ଦେବାକୁ ଚେଷ୍ଟା କରିଛନ୍ତି ଛାତ୍ରଛାତ୍ରୀ । ଏହାକୁ ସେମାନେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ।

ତେବେ ଲୋକମାନେ ମଧ୍ୟ ବହୁ ଆଗ୍ରହ ସହ ଏହି ଭିନ୍ନକ୍ଷମ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ କିିଣି ନେଉଛନ୍ତି । ଏହି ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଆଶାଦୀପ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଅନଲାଇନ ଏବଂ ଅଫଲାଇନରେ ଦୀପ କିଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଅନୁଷ୍ଠାନର ପିଲାମାନେ ନିଜକୁ କେବେ ଅକ୍ଷମ ଭାବି ନାହାନ୍ତି । ତେବେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଏବଂ ରୋଜଗାରକ୍ଷମ କରିବା ପାଇଁ ଦୀପାବଳୀରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଆକର୍ଷଣୀୟ ଦୀପ କିଣିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details