ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ସୁଧୁରୁଛି ଡ଼ାଇରିଆ ସ୍ଥିତି । ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଡାଇରିଆକୁ ନେଇ ଭୟଭୀତ ନହେବା ପାଇଁ ଲୋକଙ୍କୁ କହିଛି ଜିଲ୍ଲା ପ୍ରଶାସନ । ଏବେ ମୋଟ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି । ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ଅଡିଟ କମିଟିର ରିପୋର୍ଟ ଅନୁସାରେ ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।
ରାଉରକେଲାରେ ଡାଇରିଆ ଏବଂ ହଇଜା ଆକ୍ରାନ୍ତଙ୍କ ସ୍ଥିତି ସୁଧୁରିବାରେ ଲାଗିଛି । ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ମୋଟ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ମୃତ୍ୟୁ ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ କମିଟି ଗଠନ କରାଯାଇଥିଲା । ଏହି ଅଡିଟ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର