ରାଉରକେଲା:କୋଇଡାରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ଢ଼ାବା ମାଲିକ ଓ ତାର ସହଯୋଗୀକୁ ଗୁଳି ମାରିବା ଘଟଣାରେ ଜଣେ ଗିରଫ ହୋଇଛି । କଞ୍ଚାମାଲ ଚୋରା ଚାଲାଣ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ମାଲଦା ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ତେବେ ଦୀର୍ଘ ୧୬ ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାସ କରି ଜଣକୁ ଗିରଫ କରିବାରେ ସଫଳ ହେବା ସହ ମାଙ୍ଗାନିଜ ଚୋରା ଚାଲାଣରୁ ଏଭଳି କାଣ୍ଡ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖଣିରେ ଚୋରା ଚାଲାଣ ନେଇ ଘଟିଥିଲା କାଣ୍ଡ ।
ତେବେ ମୃତ ରମେଶ ଚତମ୍ବା ଚୋରା ଚାଲାଣର ମୁଖ୍ୟ ଇନଫର୍ମର ଥିବା ବେଳେ ତାରି କଥାରେ ଚୋରି ହେଉଥିଲା । ଏଣୁ ପୂର୍ବ ଶତ୍ରୁତା ଓ ଚୋରା ଚାଲାଣରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମୁଖ୍ୟ ଗୁଡୁ ଓରଫ ସଦାନନ୍ଦ ମାନକି ଏହି କାଣ୍ଡ ଭିଆଇଥିଲେ । ତାଙ୍କ ଘର ଯୋଡା ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ସଦାନନ୍ଦଙ୍କ ଘର । ସଦାନନ୍ଦ ଓ ଆଉ ଜଣେ ଝାଡ଼ଖଣ୍ଡର ସହଯୋଗୀ ପ୍ରକାଶ ପାତ୍ର ମିଶି ଗୁଳି କରି ହତ୍ୟା କରିଥିଲେ । ଏବେ ସଦାନନ୍ଦ ଧରା ପଡିଥିବା ବେଳେ ପ୍ରକାଶ ଫେରାର୍ ଥିବାବେଳେ ତଦନ୍ତ ଜାରି ରହିଥିବା ସୁନ୍ଦରଗଡ଼ ଏସ୍ପି ମୁକେଶ କୁମାର ଭାମୂ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ଗିରଫ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ୭.୬ ଏମ୍ଏମ୍ ବୋର୍ର ପିସ୍ତଲ ଓ ୮ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ଅପରାଧୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।