ସୁନ୍ଦରଗଡ:ଜିଲ୍ଲାରେବିହାରୀ ସଂପ୍ରଦାୟର ଗଣ ପର୍ବ ଛଟ ପୂଜା ବା ସୂର୍ଯ୍ୟ ପୂଜା ଆଜି (ବୁଧବାର) ଅନୁଷ୍ଠିତ ହୋଇଛି । ଏହାକୁ ନେଇ ଇବ ନଦୀ କୁଳରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବିହାରୀ ସଂପ୍ରଦାୟର ଲୋକେ ନିଷ୍ଠାର ସହିତ ୪ ଦିନ ଧରି ଉପବାସ ରହି ଏହି ପୂଜା କରିଥାନ୍ତି । ପରିବାର, ନିଜ ଅଞ୍ଚଳ ଓ ସମାଜର ମଙ୍ଗଳ କାମନା ପାଇଁ ଏହି ପୂଜା କରିଥାନ୍ତି ବୋଲି ବ୍ରତଧାରୀମାନେ କହିଛନ୍ତି ।
ଆଜି ସଂଧ୍ୟାରେ ଇବ ନଦୀ ଡଙ୍ଗାଘାଟରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଶ୍ରଦ୍ଧାଳୁମାନେ ପଶ୍ଚିମମୁଖୀ ହୋଇ ପୂଜା କରିବାସହ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିଛନ୍ତି । ଆସନ୍ତାକାଲି(ଗୁରୁବାର) ପୁଣି ଥରେ ଜଳ ମଧ୍ୟରେ ରହି ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଏହି ପର୍ବ ଶେଷ ହେବ ।