ଓଡିଶା

odisha

ETV Bharat / state

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ଦାବି, ରାଉରକେଲାରେ ବିଶାଳ ସମାବେଶ - ରାଉରକେଲାରେ ବିଶାଳ ସମାବେଶ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନେଇ ଦାବି ଉଠିଛି । ଏନେଇ ରାଉରକେଲାଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ଦାବି
ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ଦାବି

By

Published : Apr 9, 2023, 7:25 AM IST

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ଦାବି

ରାଉରକେଲା: ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନେଇ ଦାବି ଉଠିଛି । ଶନିବାର ରାଉରକେଲାଠାରେ ବିଜୁ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବାକୁ ନେଇ ସ୍ୱର ଉଠିଛି । ଏହାକୁ ନେଇ ରାଉରକେଲା ସହରରେ ବିଶାଳ ସମାବେଶ ଆୟୋଜନ କରାଯାଇଛି । ସମସ୍ତ ରାଜନୈତିକ ଦଳ ଏବଂ ରାଜନୀତିରୁ ଊର୍ଦ୍ଧ୍ବରେ ଥିବା ବ୍ୟକ୍ତି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି କହିଛନ୍ତି ।

ଭାରତ ରତ୍ନ ସମ୍ମାନ ଦାବିରେ ରାଉରକେଲା ହନୁମାନ ବାଟିକାଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି ସମାବେଶରେ ଯୋଗ ଦେଇ ବିଜୁ ବାବୁଙ୍କ କୀର୍ତ୍ତିମାନ ଆଲୋଚନା କରିଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ କହିଥିଲେ, "ବିଜୁ ବାବୁଙ୍କୁ ସମ୍ମାନ ଜଣାଇ ଭାରତ ରତ୍ନ ପ୍ରଦାନ କରାଯାଉ । ବିଜୁ ବାବୁ ହେଉଛନ୍ତି ଭାରତ ରତ୍ନ ପାଇବାର ଅଧିକାରୀ । ସେ ନିଜ ଦେଶ ଭାରତ ଏବଂ ଜନ୍ମମାଟି ଓଡ଼ିଶା ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ସମସ୍ୟା ବେଳେ ଲୋକଙ୍କ ପାଖରେ ଯାଇ ଛିଡା ହୋଇଛନ୍ତି । ଦେଶକୁ ବା ରାଜ୍ୟକୁ ସଙ୍କଟ ହେଲେ ସେ ଯୁଦ୍ଧ ବିମାନ ଚଳାଇ ଶତ୍ରୁକୁ ପରାସ୍ତ କରିଛନ୍ତି । ଯେଉଁ ବିଜୁ ବାବୁଙ୍କ ପାଇଁ ଆଜି ଏହି ଓଡ଼ିଶା ରାଜ୍ୟ ଏବଂ ଏହି ମହାନ ଦେଶ ଗର୍ବିତ, ଏଭଳି ବରପୁତ୍ର ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ।"

ଶହ ଶହ ସଂଖ୍ୟାରେ ଲୋକେ ଆସି ବିଜୁ ବାବୁଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ କେନ୍ଦ୍ର ସରକାର ଏହାକୁ ନଜରକୁ ନେଇ ଏହା ଉପରେ ଚର୍ଚ୍ଚା କରି ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରନ୍ତୁ ବୋଲି ଦାବି ଉଠିଛି । ଏହି ସମାବେଶରେ ରାଉରକେଲା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରନ୍ତୁ, ନଚେତ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଏମାନେ ଚେତାବନୀ ଦେଇଥିଲେ । ଯେବେ ଯାଏଁ ବିଜୁ ବାବୁଙ୍କୁ ଭାରତ ସରକାର ଭାରତ ରତ୍ନ ପ୍ରଦାନ କରିନାହାନ୍ତି, ସେବେ ଯାଏଁ ଏଭଳି ଭାବରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛି ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ସଂଘ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details