ଓଡିଶା

odisha

ETV Bharat / state

ରାଉରକେଲାରେ ପ୍ରବଳ ଉତ୍ତେଜନା: କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ-ସାମ୍ବାଦିକଙ୍କୁ ପଥରମାଡ - ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପ୍ରବଳ ଉତ୍ତେଜନା

କଣ୍ଟେନମେଣ୍ଟ ହଟାଇବା ଦାବିରେ କଣ୍ଟେନମେଣ୍ଟ ଜୋନ ବାସିନ୍ଦାଙ୍କ ତୀବ୍ର ବିରୋଧ । ବ୍ୟାରିକେଡ ଭଙ୍ଗାରୁଜା, ଜଳାପୋଡା କରିବା ସହ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ପଥରମାଡ କରିଛନ୍ତି ।

ରାଉରକେଲାରେ ପ୍ରବଳ ଉତ୍ତେଜନା: କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ-ସାମ୍ବାଦିକଙ୍କୁ ପଥରମାଡ
ରାଉରକେଲାରେ ପ୍ରବଳ ଉତ୍ତେଜନା: କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ-ସାମ୍ବାଦିକଙ୍କୁ ପଥରମାଡ

By

Published : May 26, 2020, 12:36 PM IST

ରାଉରକେଲା: ଇସ୍ପାତ ସହରରେ ଉତ୍ତେଜନା । କେବଳ ବଫର ଜୋନ ନୁହେଁ କଣ୍ଟେନମେଣ୍ଟ ଜୋନରୁ କଟକଣା ଉଠାଇବା ଦାବି ନେଇ କଣ୍ଟେନମେଣ୍ଟ ଜୋନ ବାସିନ୍ଦା ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ବ୍ୟାରିକେଡ ଭଙ୍ଗାରୁଜା, ଜଳାପୋଡା କରିବା ସହ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ପଥରମାଡ କରିଛନ୍ତି । ସଂପୃକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

ରାଉରକେଲାରେ ପ୍ରବଳ ଉତ୍ତେଜନା: କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ-ସାମ୍ବାଦିକଙ୍କୁ ପଥରମାଡ

ସୂଚନାଥାଉକି, ରାଉରକେଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ 26 ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା । 1 ମାସ ପରେ ମଙ୍ଗଳବାର ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରି ନିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନ ଅଧୀନରେ ଥିବା ମେନରୋଡର ବାମ ପାର୍ଶ୍ବ ଅଞ୍ଚଳ ଯଥା ଓଲ୍ଡ ଷ୍ଟେସନ ରୋଡ, ଭଟ୍ଟୀ ରୋଡ, ଦରଘାଇ ମୋହଲ୍ଲା, ସେଣ୍ଟ୍ରାଲ ମାର୍କେଟ, ଗଣେଶ ଚୌକ, ନେତାଜୀ ମାର୍ଗ, ଜାମା ମସଜିଦ ଗଳି, ମାଡୁ ମହାରାଜ ଗଳିରୁ କଣ୍ଟେନମେଣ୍ଟ ଆଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି ।ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି ।

ଏପଟେ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଜୋନ ହଟାଇବାକୁ ନେଇ ଜୋନ ବାସିନ୍ଦା ଦାବି କରି ଅପ୍ରିତିକର ପରିସ୍ଥିତ ସୃଷ୍ଟି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details