ରାଉରକେଲା:ଉଦ୍ଧାର ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ । ୪୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ପଥର କଣ ଭିତରୁ ମୃତଦେହ ଉଦାଧାର ହୋଇଥିବା ଜଣାପଡିଛି । ସେଲ୍ଫି ହେଲା କାଳ । ପିକନିକ ଯାଇ ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ନିଖୋଜ ହୋଇଥିଲେ ରାଉରକେଲା ଯୁବକ । ଏନେଇ ଦୀର୍ଘ 44 ଘଣ୍ଟା ର ସର୍ଚ୍ଚ ଅପରେସନ ପରେ ପତ୍ତା ପାଇଲା ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ । ତେବେ ମୃତ ଯୁବକ ଜଣକ ରାଉରକେଲା ୧୫ ନମ୍ବର ସେକ୍ଟର ଅଞ୍ଚଳ ର ସୋମେଶ ମଲ୍ଲିକ ।
ସୂଚନା ଯୋଗ୍ୟ ଯେ, ରବିବାର ଦିନ ରାଉରକେଲା ରୁ ସୋମେଶ ତାଙ୍କ ସାଙ୍ଗ ମାନଙ୍କ ସହ କାରରେ ରେ ପିକନିକ୍ ପାଇଁ ବାହାରି ଥିଲେ। ତଳସରା ଥାନା ଘୋଘର ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କାହ୍ନାକୁଣ୍ଡ କୁ ପିକନିକ ପାଇଁ ସେମାନେ ଯାଇଥିଲେ । ସେଠାରେ ପଥର ଉପରେ ଛିଡା ହୋଇ ସେଲ୍ଫି ନେବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । ଯାହାଦ୍ବାରା ସେ ପାଣି ରେ ପଡ଼ି ଯାଇଥିଲେ । ତେବେ ସାଙ୍ଗ ମାନେ ଓ ସ୍ଥାନୀୟ ଲୋକେ ଖୋଜାଖଜି କରିବା ପରେ ନ ପାଇବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।