ରାଉରକେଲା:ରାଉରକେଲାରେ ଆଜିଠୁ ଗଡିଲା ସାଇବର କ୍ରାଇମ ସଚେତନତା ରଥ । ରାଉରକେଲା ଏସ୍ପି ଏହାର ଉଦଘାଟନ କରିଛନ୍ତି । ରାଉରକେଲା ପୋଲିସ ଜିଲ୍ଲାରେ ଗଡିବା ସହ ଏହା ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବ ଏହି ସଚେତନତା ରଥ ।
ରାଜ୍ୟ ସରକାର ସାଇବର ଅପରାଧ ନିୟନ୍ତ୍ରଣ ସେଲ୍ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥର ବ୍ୟବସ୍ଥା କରାଯାଇଛି । ରାଉରକେଲା ସହରରେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି ରାଉରକେଲା SP । ସୁନ୍ଦରଗଡ଼ ଜିଲ୍ଲାରେ ଏବଂ ରାଉରକେଲାରେ ସାଇବର ସୁରକ୍ଷା ନେଇ ସଚେତନ କରିବ ଏହି ରଥ । ଏହାକୁ ନେଇ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ତେବେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ତେବେ ଆଜି(ସୋମବାର)ଠାରୁ ରାଉରକେଲା ସହରରେ ଏହି ସଚେତନତା ରଥ ଗଡ଼ିବ । ଆଜି ରାଉରକେଲା SP ଅଫିସରୁ ଏହି ରଥ ବାହାରି ରାଉରକେଲା ମହାନଗର ନିଗମ ଅଫିସ ଏବଂ ଉଦିତନଗର ଥାନା ଅଞ୍ଚଳରେ ଏହା ବୁଲିବ । ଏବଂ ଆସନ୍ତାକାଲି(ମଙ୍ଗଳବାର) ଉଦିତନଗର ଓ ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରେ ବୁଲିବ ଓ ଆସନ୍ତା 4 ତାରିଖ ଦିନ ରଘୁନାଥ ପାଲ୍ଲୀ ଥାନା ଏବଂ ପାଞ୍ଚ ତାରିଖ ଛେଣ୍ଡ ଏବଂ ସେକ୍ଟର ସାତ ଥାନା ସହ ପ୍ରତ୍ୟକ ଦିନ 15 ତାରିଖ ଯାଏ ରାଉରକେଲା ଜିଲ୍ଲା ପୋଲିସ ଅଧୀନରେ ଥିବା ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କୁ ସାଇବର ଅପରଧ ଉପରେ ସଚେତନ କରିବେ ।