ଓଡିଶା

odisha

ETV Bharat / state

ରାଉରକେଲାରେ IPL ଫ୍ୟାନ୍ସ ପାର୍କ, ଜମୁଛି ପ୍ରଶଂସକଙ୍କ ଭିଡ଼

ରାଉରକେଲା ସହରର ସେକ୍ଟର ୧୭ ପଡିଆରେ ଆୟୋଜିତ ହୋଇଛି ଆଇପିଏଲ ଫ୍ୟାନ୍ସ ପାର୍କ । ରାଉରକେଲା ସହରବାସୀ ନିଜ ନିଜ ମନ ପସନ୍ଦ ଦଳକୁ ସପୋର୍ଟ କରିବା ପାଇଁ ଆସି ଏକାଠି ହୋଇ ଫ୍ୟାନ୍ସ ପାର୍କରେ ଦେଖୁଛନ୍ତି ଖେଳ । ଅଧିକ ପଢ଼ନ୍ତୁ

By

Published : Apr 15, 2023, 10:59 PM IST

ରାଉରକେଲାରେ ଆଇପିଏଲ ଫ୍ୟାନ୍ସ ପାର୍କ
ରାଉରକେଲାରେ ଆଇପିଏଲ ଫ୍ୟାନ୍ସ ପାର୍କ

ରାଉରକେଲାରେ ଆଇପିଏଲ ଫ୍ୟାନ୍ସ ପାର୍କ

ରାଉରକେଲା: ଆଜି ଆଇପିଏଲ ରଙ୍ଗରେ ରଙ୍ଗେଇ ହୋଇଛି ରାଉରକେଲା ସହର । ରାଉରକେଲାରେ ଆୟୋଜିତ ହୋଇଛି ଆଇପିଏଲ ଫ୍ୟାନ୍ସ ପାର୍କ । ଫ୍ୟାନ୍ସ ପାର୍କରେ ଆଇପିଏଲ ଉପଭୋଗ କରୁଛନ୍ତି ରାଉରକେଲା ସହରବାସୀ । ମଉଜ ମଜଲିସ ସହ ଆଇପିଏଲକୁ ଉପଭୋଗ କରୁଛନ୍ତି ରାଉରକେଲା ସହରବାସୀ । ଏଠାରେ ସାରା ସହର ଏକାଠି ହୋଇ ଦେଖୁଛି ଆଇପିଏଲ । ରାଉରକେଲା ସହରବାସୀ ନିଜ ନିଜ ମନ ପସନ୍ଦ ଦଳକୁ ସପୋର୍ଟ କରିବା ପାଇଁ ଆସି ଏକାଠି ହୋଇ ଫ୍ୟାନ୍ସ ପାର୍କରେ ଦେଖୁଛନ୍ତି ଖେଳ ।

ରାଉରକେଲା ସହରର ସେକ୍ଟର ୧୭ ପଡିଆରେ ଆୟୋଜିତ ହୋଇଛି ଏହି ଫ୍ୟାନ୍ସ ପାର୍କ । ସମସ୍ତେ ଏକାଠି ହୋଇ ହସ ଉଲ୍ଲାସରେ ମ୍ୟାଚ ଦେଖିବାକୁ ଆସି ମଜା ଉଠାଉଛନ୍ତି । ଆଜି ଆଇପିଏଲ ୨୦୨୩ରେ ଖେଳାଯାଇଥିବା ଦୁଇଟିଯାକ ମ୍ୟାଚ ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଆଜିର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତି ନେଇଛି । ଏହି ମ୍ୟାଚକୁ ମଧ୍ୟ ଦେଖିବାକୁ ଫ୍ୟାନ୍ସ ପାର୍କରେ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ଏହାପରେ ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହୋଇଥିବା ମ୍ୟାଚକୁ ମଧ୍ୟ ରାଉରକେଲାର ଏହି ଫ୍ୟାନ୍ସ ପାର୍କରେ ଉପଭୋଗ କରିଥିଲେ ରାଉରକେଲା ସହରବାସୀ । ଏହି ଫ୍ୟାନ୍ସ ପାର୍କରେ ଏକା ସାଙ୍ଗରେ ପ୍ରାୟ ୧୫୦୦ରୁ ଅଧିକା ଦର୍ଶକ ବସି ମ୍ୟାଚ ଉପଭୋଗ କରି ପାରୁଛନ୍ତି । ତେବେ କେବଳ ମ୍ୟାଚ ନୁହେଁ, ସ୍ବାଦିଷ୍ଟ ଖାଦ୍ୟ ସହ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଯେପରିକି ବିଭିନ୍ନ ଖେଳକୁଦ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଏହି ପାର୍କରେ କରାଯାଇଛି । ତେବେ ଆସନ୍ତାକାଲି ମଧ୍ୟ ରାଉରକେଲା ସେକ୍ଟର ୧୭ ପଡିଆରେ ଜମିବ ଆଇପିଏଲର ରଙ୍ଗ । ଆସନ୍ତାକାଲି ମଧ୍ୟ ଏଠାରେ ଅନୁଷ୍ଠିତ ହେବ ଆଇପିଏଲ ଫ୍ୟାନ୍ସ ପାର୍କ ।

ଆସନ୍ତାକାଲି ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଏହାକୁ ଉପଭୋଗ କରିବେ ଦର୍ଶକ । ଦ୍ବିତୀୟ ମ୍ୟାଚରେ ଗୁଜରାଟ ଜାଏଣ୍ଟସ୍‌ ଏବଂ ରାଜସ୍ଥାନ ରୟାଲସ ମୁହାଁମୁହିଁ ହେବେ । ତେବେ ଏଥର ୱିକେଣ୍ଡ ଫ୍ୟାନ୍ସ ପାର୍କରେ ଉପଭୋଗ କରୁଛନ୍ତି ରାଉରକେଲା ସହରବାସୀ । ସମ୍ପୂର୍ଣ୍ଣ କ୍ରିକେଟ ରଙ୍ଗରେ ରଙ୍ଗେଇ ହୋଇ ଆଇପିଏଲ ଫ୍ୟାନ୍ସ ପାର୍କରେ ମ୍ୟାଚ ଉପଭୋଗ କରୁଛନ୍ତି ରାଉରକେଲା ସହରବାସୀ । ଏଥର ଏହି ଫ୍ୟାନ୍ସ ପାର୍କ ହେବାପରେ ସାରା ସହରରେ ଏହାକୁ ନେଇ ଚର୍ଚ୍ଚା ହେଉଛି । କିଛି ମାସ ତଳେ ହକି ବିଶ୍ବକପ ଆୟୋଜନ ପରେ ଏଥର ଆଇପିଏଲ ଭଳି ଏକ ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ଫ୍ୟାନ୍ସ ପାର୍କ ହେବା କ୍ରୀଡ଼ାପ୍ରେମୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଏହାସହ ଦର୍ଶକ ଷ୍ଟାଡିୟମ ନଯାଇ ଷ୍ଟାଡିୟମର ଅନୁଭବ ନେବା ପାଇଁ ଏଭଳି ପାର୍କର ଆୟୋଜନ କରାଯାଇ ସିଧା ପ୍ରସାରଣ କ୍ରିକେଟ ପ୍ରଶଂସକଙ୍କ ଖୁସିକୁ ଆହୁରି ଅଧିକ କରିଛି । ତେବେ ଚଳିତ ଥର ପ୍ରଥମ ଥର ରାଉରକେଲାରେ ଆଇପିଏଲ ଫ୍ୟାନ୍ସ ପାର୍କ ଆୟୋଜନ ହେଉଛି, ଏବଂ ଏହାକୁ ଆଗକୁ ଜାରି ରଖିବା ପାଇଁ ଲୋକେ ମତ ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details