ଓଡିଶା

odisha

ଅହେତୁକ ଗ୍ୟାସ ଦର ବୃଦ୍ଧି ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

By

Published : Mar 7, 2023, 7:11 AM IST

ଅହେତୁକ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା CPIM ଦଳ । ରାଉରକେଲା ବିଶ୍ରା ଛକରେ CPIM ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢ଼ନ୍ତୁ

cpim protest in rourkela
ରାଉରକେଲାରେ ସିପିଆଇଏମର ବିକ୍ଷୋଭ ପ୍ରଦର୍ଶନ

ଅହେତୁକ ଗ୍ୟାସ ଦର ବୃଦ୍ଧି ନେଇ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରନ୍ଧନ ଗ୍ୟାସ ଦର । ଯାହା ଜନସାଧାରଣଙ୍କୁ ଅତିଷ୍ଠ କରିବାରେ ଲାଗିିଛି । ଗ୍ୟାସ ଦର ଅହେତୁକ ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଲା CPIM ଦଳ । ରାଉରକେଲା ସହରର ବିଶ୍ରା ଛକରେ CPIM ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । "କେନ୍ଦ୍ର ସରକାର ହଟାଓ, ଦେଶ ବଞ୍ଚାଓ" ନାରା ଧରି କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲା CPIM ଦଳ ।

ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଶାରେ ଇଣ୍ଡୋନେସିଆ ଗାନ୍ଧୀ ! ବାଲିରେ ବାଲିଯାତ୍ରା କରିବାକୁ ରାଜ୍ୟପାଳଙ୍କୁ ଦେଲେ ପ୍ରସ୍ତାବ

ଅହେତୁକ ଗ୍ୟାସ ଦର ବୃଦ୍ଧି ଯୋଗୁଁ ସାଧାରଣ, ଗରିବ ଏବଂ ମଧବିତ୍ତ ପରିବାର ବହୁ ହଇରାଣ ହରକତ ହେଉଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ସମେତ ବିଭିନ୍ନ ସାମଗ୍ରୀରେ ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଏହାରି ମଧ୍ୟରେ ଲୋକଙ୍କୁ ସବୁଠାରୁ ଅଧିକ ବାଧୁଛି ରନ୍ଧନ ଗ୍ୟାସ ଦର । ଯାହା ସାଧାରଣ ଲୋକଙ୍କୁ ଅତିଷ୍ଠ କରିବାରେ ଲାଗିଛି । ଏହି କ୍ରମରେ ରାଉରକେଲାରେ କେନ୍ଦ୍ର ସରାକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି CPIM ଦଳ । ଶହଶହ କର୍ମୀ ଏକାଠି ହୋଇ ଲୋକଙ୍କ ପାଇଁ ନାର୍ଯ୍ୟ ଦାବି ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Adani Group Row: ଆଦାନୀ ଗ୍ରୁପ୍ ଆର୍ଥିକ ଜାଲିଆତି ନେଇ କଂଗ୍ରେସର ଗଣବିକ୍ଷୋଭ, ୧୩ରେ ବିଶାଳ ରାଲି

CPIM କର୍ମୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ କରିଛନ୍ତି । ଏନେଇ CPIM ସାଧାରଣ ସମ୍ପାଦକ କହିଛନ୍ତି, "କେନ୍ଦ୍ରରେ ନେତୃତ୍ବାଧୀନ ବିଜେପି ସରକାର ଦିନକୁ ଦିନ ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ସହ ଖେଳୁଛନ୍ତି । ଅହେତୁକ ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରେ ସାଧାରଣ ଖାଉଟି ଅତିଷ୍ଠ ହୋଇ ପଡ଼ିଥିବାରୁ CPIM ଦଳ ଏହାକୁ ତୀବ୍ର ବିରୋଧ କରିଛି ।" ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରା ନଗଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି CPIM ପକ୍ଷରୁ ଚେତାବନୀ ଦିଆଯାଇଛି । କେନ୍ଦ୍ର ସରକାର ଯେଉଁଭଳି ଭାବରେ ଅହେତୁକ ଦର ବୃଦ୍ଧି କରିବାରେ ଲାଗିଛନ୍ତି ତାହାର ଜବାବ ଲୋକେ ଅଗମୀ ନିର୍ବାଚନରେ ଦେବେ ବୋଲି ରାଉରକେଲା CPIM ଦଳ କହିଛି । ଏହାପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଦରବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details