ସୁନ୍ଦରଗଡ: ଜିଲ୍ଲାରେ କୋଭିଡ କଟକଣାକୁ ବେଖାତିର୍ । ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କ ମସ୍ତକରେ ଜଳଦାନ କରିବାକୁ ପ୍ରବଳ ଭିଡ । ପୋଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ । ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି ଶିବ ଭକ୍ତ ।
ଶିବରାତ୍ରୀରେ କୋଭିଡ ନିୟମକୁ ବେଖାତିର୍, ଜଳଦାନ ପାଇଁ ପ୍ରବଳ ଭିଡ - ଶିବରାତ୍ରୀ
ଜିଲ୍ଲାରେ କୋଭିଡ କଟକଣାକୁ ବେଖାତିର୍ । ମହାଶିବରାତ୍ରୀ ଅବସରରେ ଭଗବାନ ଶିବଙ୍କ ମସ୍ତକରେ ଜଳଦାନ କରିବାକୁ ପ୍ରବଳ ଭିଡ । ଅଧିକ ପଢନ୍ତୁ...
ଶିବରାତ୍ରୀରେ କୋଭିଡ ନିୟମକୁ ବେଖାତିର୍, ଜଳଦାନ ପାଇଁ ପ୍ରବଳ ଭିଡ
ଶିବରାତ୍ରୀରେ କୋଭିଡ ନିୟମକୁ ବେଖାତିର୍, ଜଳଦାନ ପାଇଁ ପ୍ରବଳ ଭିଡ
କୋଭିଡ କଟକଣାକୁ ଅମାନ୍ୟ କରି ହଜାର ହଜାର ଭକ୍ତ ଭିଡ ଜମାଇବା ସହ ମନଇଚ୍ଛା ଜଳଦାନ କରୁଛନ୍ତି ଶିବଙ୍କ ମସ୍ତକରେ । ସୁନ୍ଦରଗଡ ଜିଲ୍ଲା ବେଦବ୍ୟାସରେ 144 ଧାରା ଜାରି କରି ପ୍ରଶାସନ ବାହା ବାହା ନେଉଥିବା ବେଳେ ସୁନ୍ଦରଗଡରେ ପ୍ରଶାସନର ସବୁ କଳ ଢିଲା ହୋଇଛି । ପ୍ରଶାସନ ତ ଦୂରରେ ଥାଆନ୍ତୁ ଜଣେ ପୋଲିସଙ୍କର ବି ଦେଖା ଦର୍ଶନ ନାହିଁ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ