ସୁନ୍ଦରଗଡ଼: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା l ବୀରମିତ୍ରପୁର ଝାରଖଣ୍ଡ ରାଜ୍ୟକୁ ଲାଗି ରହିଥିବାରୁ ଏଠାରେ ରୋଗୀ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ସଂକ୍ରମଣ ଆଶଙ୍କା ନେଇ ଲୋକେ ଚିନ୍ତିତ ଅଛନ୍ତି l ଏ ନେଇ ଗତକାଲି(ଶୁକ୍ରବାର) ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ ବୀରମିତ୍ରପୁରକୁ ଆସି ବରିଷ୍ଠ ଅଧିକାରୀଙ୍କ ସହ କୋରୋନା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି l
ବୀରମିତ୍ରପୁର ପୌରାଞ୍ଚଳରେ ଅତିରିକ୍ତ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା - covid review of Additional collector in Biramitrapur municipality area
ସୁନ୍ଦରଗଡ଼ରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା l ଏ ନେଇ ଗତକାଲି(ଶୁକ୍ରବାର) ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ ବୀରମିତ୍ରପୁରକୁ ଆସି ବରିଷ୍ଠ ଅଧିକାରୀଙ୍କ ସହ କୋରୋନା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି l ଅଧିକ ପଢନ୍ତୁ...

ରାଉରକେଲାଙ୍କ ବୀରମିତ୍ରପୁର ପୌରାଞ୍ଚଳରେ ଅତିରିକ୍ତ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା
ରାଉରକେଲାଙ୍କ ବୀରମିତ୍ରପୁର ପୌରାଞ୍ଚଳରେ ଅତିରିକ୍ତ ଜିଲ୍ଲାପାଳଙ୍କ କୋଭିଡ ସମୀକ୍ଷା
ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ରାଏବଗା ରୋଡରେ ନୂତନ ଭାବେ ନିର୍ମିତ ହୋଇଥିବା ଟାଉନ୍ ହଲକୁ କ୍ଵାରାଣ୍ଟାଇନ ସେଣ୍ଟରେ ପରିଣତ କରାଯାଇଛି l ତେବେ ଏହି କୋଭିଡ କେୟାର ସେଣ୍ଟରରେ କୋରୋନା ରୋଗୀଙ୍କ ପାଇଁ କେମିତି ସୁବିଧା ରହିଛି ତାହା ସମୀକ୍ଷା କରିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ l
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ