ଓଡିଶା

odisha

ETV Bharat / state

ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ ! ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ - ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ

ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଲେ ଆରପିଏଫ ଯବାନ । ରାଉରକେଲା ବନ୍ଧୁମୁଣ୍ଡା ଅଞ୍ଚଳରୁ ଏଭଳି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ
ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ

By

Published : Apr 5, 2023, 1:42 PM IST

Updated : Apr 5, 2023, 1:48 PM IST

ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ

ରାଉରକେଲା:ଆରପିଏଫ କର୍ମଚାରୀଙ୍କ ଗୁଣ୍ଡାରାଜ । ପ୍ରଥମେ ସାଦା ପୋଷାକରେ ଆସି ଗାଳିଗୁଲଜ କଲେ । ପ୍ରତିବାଦ କରିବାରୁ ଆରପିଏଫ ଥାନାକୁ ଉଠାଇ ନେଲେ । ପ୍ରଥମେ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ଏବଂ ପରେ ସ୍ତ୍ରୀକୁ ରୁମକୁ ନେଇ ଅର୍ଦ୍ଧ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ହାତ ଭାଙ୍ଗିଦେଲେ RPF କର୍ମଚାରୀ । । ରାଉରକେଲା ବନ୍ଧୁମୁଣ୍ଡା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ଦମ୍ପତି ।

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଦିନ ଜଣେ ଅଳିଆ ଉଠାଳି ଅଳିଆ ଉଠାଉଥିବା ବେଳେ ଆରପିଏଫର ଜଣେ କର୍ମଚାରୀ ବିନା ୟୁନିଫର୍ମରେ ସାଦା ପୋଷାକରେ ଆସି ହଠାତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ତେବେ କାହିଁକି ଗାଳି ଗୁଳଜ କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ପ୍ରଶ୍ନ କରିବାରୁ ସେ ନିଜ ଆରପିଏଫ ଚାକିରିର ରୋବାଵ ଦେଖାଇଥିଲେ । ଏହାସହ ଅନ୍ୟ ଆରପିଏଫ କର୍ମଚାରୀଙ୍କୁ ଡାକିଆଣି ଝଗଡ଼ା କରି ବିଭିନ୍ନ କଟୁ କଥା କହିଥିଲେ । ଏହାର ପ୍ରତିବାଦ କରିବାରୁ ମହିଳାଙ୍କ ସ୍ୱାମୀ ଅଜୟ ଥାପାଙ୍କୁ ଉଠାଇ ନେଇ ହଜାତରେ ପୁରାଇ ନିର୍ଦ୍ଧୁମ ଛେଚିଲେ ଆରପିଏଫ କର୍ମଚାରୀ ।

ଏହାପରେ ବନ୍ଧମୁଣ୍ଡା RPF ଥାନାକୁ ଯାଇ ସ୍ତ୍ରୀ ତୁଳସୀ ଥାପା ଏହି ଘଟଣାର ପ୍ରତିବାଦ କରିଥିଲେ ଏବଂ ତାଙ୍କ ସ୍ୱାମୀକୁ ଛାଡି ଦେବାକୁ ନେହୁରା ହୋଇଥିଲେ । ମାତ୍ର ତାଙ୍କ କଥା କେହି ଶୁଣି ନଥିଲେ । ଏହାପରେ ମହିଳା ଥାନାରେ ଅଭିଯୋଗ କରିବା କଥା କହିବାରୁ ତାଙ୍କୁ ମଧ୍ୟ ଥାନା ଭିତରକୁ ନେଇ ଆମକୁ ଆଇନ ଶିଖାଇବୁ ବୋଲି କହି ଏକ ରୁମ ଭିତରେ ମୁଁହରେ କପଡା ଦେଇ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଦମ୍ପତିଙ୍କ ନାମ ବଳରାମ ଏବଂ ତୁଳସୀ ବୋଲି ଜଣାପଡିଛି ।

ବିନା ଦୋଷରେ ପ୍ରଥମେ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପରେ ସ୍ତ୍ରୀକୁ ରୁମ ଭିତରେ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣି ନ୍ୟାୟ ପାଇଁ ବନ୍ଧମୁଣ୍ଡା ଥାନାର ଦ୍ୱାରସ୍ଥ ହେଇଛନ୍ତି ବନ୍ଧମୁଣ୍ଡା ସାରଦା ପଲ୍ଲୀରେ ରହୁଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ । ତେବେ ବନ୍ଧମୁଣ୍ଡା ଥାନା ପୋଲିସ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଏହି ଦମ୍ପତି ।

ଇଟିଭି ଭାରତ, ରାଉରକେଲା

Last Updated : Apr 5, 2023, 1:48 PM IST

ABOUT THE AUTHOR

...view details