ରାଉରକେଲା: ଗତ ମେ 26 ତାରିଖ ଦିନ ରାଉରକେଲା ମହତାବ ରୋଡରେ ପୋଲିସ ଉପରକୁ ପଥର ମାଡ ସହ ପୋଡାଜଳା ଘଟଣାରେ 31 ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଥାଉକି, କଣ୍ଟେନମେଣ୍ଟ ହଟାଇବା ଦାବିରେ କଣ୍ଟେନମେଣ୍ଟ ଜୋନ ବାସିନ୍ଦା ତୀବ୍ର ବିରୋଧ କରି ହିଂସାକାଣ୍ଡ ଘଟାଇଥିଲେ ।
ରାଉରକେଲା କଣ୍ଟେନମେଣ୍ଟ ଜୋନରେ ହିଂସାକାଣ୍ଡ ଘଟଣା, 31ଗିରଫ - containment zone violence at rourkela
ରାଉରକେଲାରେ କଣ୍ଟେନମେଣ୍ଟ ହଟାଇବା ଦାବିରେ ପୋଲିସ ଉପରକୁ ପଥର ମାଡ ସହ ପୋଡାଜଳା ଘଟଣା ବାବଦରେ ପ୍ଲାଣ୍ଟସାଇଟ ଥାନାରେ 2ଟି ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ଏହି ଘଟଣାରେ ସଂପୃକ୍ତ ଥିବା 31 ଜଣଙ୍କୁ ପୋଲିସ ଗିରଫ କରିଛି ।
![ରାଉରକେଲା କଣ୍ଟେନମେଣ୍ଟ ଜୋନରେ ହିଂସାକାଣ୍ଡ ଘଟଣା, 31ଗିରଫ ରାଉରକେଲା କଣ୍ଟେନମେଣ୍ଟ ଜୋନରେ ହିଂସାକାଣ୍ଡ ଘଟଣାରେ 31ଗିରଫ](https://etvbharatimages.akamaized.net/etvbharat/prod-images/768-512-7449902-thumbnail-3x2-collage-465.jpg)
ରାଉରକେଲା କଣ୍ଟେନମେଣ୍ଟ ଜୋନରେ ହିଂସାକାଣ୍ଡ ଘଟଣାରେ 31ଗିରଫ
ରାଉରକେଲା କଣ୍ଟେନମେଣ୍ଟ ଜୋନରେ ହିଂସାକାଣ୍ଡ ଘଟଣାରେ 31ଗିରଫ
ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ 2ଟି ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ଦିନ ରାଉରକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ ଏବଂ ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଏ ବାବଦରେ ସୂଚନା ଦେଇଛନ୍ତି । ଘଟଣାରେ ପ୍ରମାଣ ମିଳିଲେ ଆହୁରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ