ଓଡିଶା

odisha

By

Published : Feb 6, 2023, 2:32 PM IST

ETV Bharat / state

Adani Row: କେନ୍ଦ୍ର ସରକାରଙ୍କ ବିରୋଧରେ ରାସ୍ତାରେ ଗର୍ଜିଲା କଂଗ୍ରେସ

ରାଉରକେଲାରେ କଂଗ୍ରେସର ବିକ୍ଷୋଭ । ଗୌତମ ଆଦାନୀଙ୍କ ଜାଲିଆତି ଘଟଣାକୁ ନେଇ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଶାଖା କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦଜର୍ଶନ କରାଯାଇଛି । ଅଧିକ ପଢନ୍ତୁ

congress protest in rourkela
congress protest in rourkela

ଗର୍ଜିଲା କଂଗ୍ରେସ

ରାଉରକେଲା: ଗୌତମ ଆଦାନୀଙ୍କ ମାଲିକାନାଧୀନ କମ୍ପାନୀଗୁଡିକ ଷ୍ଟକ ବଜାର ମୂଲ୍ୟ ଜାଲିଆତି କରିଥିବା ନେଇ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ କରିଛି । ଏହାପରେ ଲଗାତାର ନିବେଶକମାନେ କ୍ଷତି ସହିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ରାଉରକେଲାରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ଆଜି ରାଉରକେଲାରେ ରାଜରାସ୍ତାକୁ କଂଗ୍ରେସ ଦଳ ଓଲ୍ହାଇଛି । ରାଉରକେଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ଦଳ । ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଶାଖା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶର ସମସ୍ତ ଏଲଆଇସି ଏବଂ ଏସବିଆଇ ଶାଖା ବାହାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଆଦାନୀ ଗ୍ରୁପ ଦ୍ବାରା ହୋଇଥିବା ଜାଲିଆତି ଘଟଣାରେ ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଦଳ ଦାବି କରିଛି ।

ସୂଚନାଯୋଗ୍ୟ ଯେ, ଆମେରିକୀୟ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଏକ ରିପୋର୍ଟ ପ୍ରକାଶିତ କରିଥିଲା । ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ସମ୍ପର୍କରେ ସେୟାର ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂରେ ଜାଲିଆତି କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଲଗାତାର ଭାବେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ତଥା ଭାରତର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ଧନୀ ତାଲିକାରେ ଗୌତମ ଆଦାନୀଙ୍କ ସ୍ଥାନ ମଧ୍ୟ ତଳକୁ ଖସିଛି । ତେବେ ଲୋକଙ୍କ ଝାଲବୁହା ଟଙ୍କା ଲୋକେ ସେୟାର ବଜାରରେ ଅଦାନୀ ଗ୍ରୁପ ରେ ଲଗାଇଥିଲେ ଯେଉଁଥିରେ ସେୟାର ଦର ଏତେ ମାତ୍ରାରେ ହ୍ରାସ ପାଇବା ଯୋଗୁ ବର୍ତ୍ତମାନ ଲୋକେ ହଇରାଣ ହେଉଛନ୍ତି ।

ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି । ସରକାରୀ ରାଜକୋଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୁଟ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜର ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଉଜାଡି ଦେଇଛନ୍ତି । ବ୍ୟବସାୟୀଙ୍କ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏଲଆଇସି, ଷ୍ଟେଟ ବ୍ୟାଙ୍କ ଭଳି ବହୁ ରାଷ୍ଟ୍ରାୟତ୍ତ ସଂସ୍ଥାର ଅର୍ଥ ଯୋଗାଇ ଦିଆଯାଇଛି ଯାହାର ପ୍ରଭାବ ରେ ବର୍ତ୍ତମାନ ଲୋକେ ହଇରାଣ ହେଉଛନ୍ତି ହେଉଥିବା ଲୋକେ କହିଛନ୍ତି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ ନିରବତାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ରାଉରକେଲାରେ ମଧ୍ୟ ବିଭିନ୍ନ ଜାଗାରେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details