ଓଡିଶା

odisha

By ETV Bharat Odisha Team

Published : Jan 7, 2024, 5:04 PM IST

ETV Bharat / state

2019 ନିର୍ବାଚନ ଫଳାଫଳ ଯନ୍ତ୍ରଣାଦାୟକ ଥିଲା, 2024ରେ କଂଗ୍ରେସର ଆସନ ବୃଦ୍ଧି ପାଇବ: ଗଣେଶ୍ବର ବେହେରା

General Election 2024: ଆଗାମୀ ନିର୍ବାଚନରେ ଲୋକଙ୍କ ପାଇଁ ବିକଳ୍ପ କଂଗ୍ରେସ । ବିଜେପି ଏବଂ ବିଜେଡି ଦଳ ମଧ୍ୟରେ ହୋଇଛି ବହୁ ଚୁକ୍ତିନାମା । ରାଜ୍ୟରେ କଂଗ୍ରେସ ସରକାର ଗଢିବା ନେଇ ପ୍ରତିକ୍ରିୟା ଦେଲେ ପୂର୍ବତନ ମନ୍ତ୍ରୀ ଏବଂ କଂଗ୍ରେସ ପ୍ରବକ୍ତା ଗଣେଶ୍ୱର ବେହେରା । ଅଧିକ ପଢ଼ନ୍ତୁ

ଗଣେଶ୍ୱର ବେହେରା
ଗଣେଶ୍ୱର ବେହେରା

ଗଣେଶ୍ୱର ବେହେରା

ରାଉରକେଲା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ 2024 । ଏନେଇ ରାଜ୍ୟ ପ୍ରମୁଖ ଦଳମାନେ ଆରମ୍ଭ କଲେଣି ଯୋରଦାର ପ୍ରସ୍ତୁତି । ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କଲେଣି ନେତା । ରାଜ୍ୟରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ପାଣିପାଗରେ ସେତିକି ହଟ ଚମଟ ଦେଖା ଦେଉଛି । ବିଜେଡ଼ି ଓ ବିଜେପି ନିର୍ବାଚନ ଲଢିବା ପାଇଁ ସଜବାଜ ହେଉଥିବା ବେଳେ ପଛରେ ପଡି଼ନାହିଁ କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଏବଂ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ରଣନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ।

ତେବେ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ସମ୍ପର୍କରେ ଗଣେଶ୍ୱର ବେହେରା କହିଛନ୍ତି, "ବିଜେପି ଓ ବିଜେଡି ଠାରୁ ପଛରେ ନାହିଁ କଂଗ୍ରେସ । କଂଗ୍ରେସ ମଧ୍ୟ ସମାନ ଭାବରେ ନିଜର ରଣନୀତି ପ୍ରସ୍ତୁତ କରୁଛି । କଂଗ୍ରେସ ବର୍ତ୍ତମାନ ନିଜର ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଛି । ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ 314 ବ୍ଲକ ଅଫିସ ଘେରାଉ ଏବଂ ବିଭିନ୍ନ ସମୟରେ ଲୋକଙ୍କ ସ୍ବର ଭାବରେ ଛିଡା ହୋଇଛି କଂଗ୍ରେସ । ବିଭିନ୍ନ ମୁଦ୍ଦା ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ରାଜ୍ୟର ବିଗତ ଦିନରେ ବିଭିନ୍ନ ସ୍ଥାନକୁ ଯାଇ କଂଗ୍ରେସ ସହ ଭାରତ ଯୋଡ ଯାତ୍ରା କରିଛନ୍ତି । ଯାହା ରାଜ୍ୟରେ କଂଗ୍ରେସର ଏଥର ନୂଆ ରଣନୀତି ନେଇ ଓହ୍ଲାଇବ ।"

ଏହା ମଧ୍ୟ ପଢ଼ନ୍ତୁ....ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ: ଅଜୟ କୁମାର

ଗଣେଶ୍ୱର ବେହେରା ଏହା ମଧ୍ୟ କହିଛନ୍ତି, "ଏଥର ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ । ଗତ 2019 ନିର୍ବାଚନ କଂଗ୍ରେସ ପାଇଁ ନିଶ୍ଚିତ ଭାବରେ ବହୁ ଦୁଃଖଦାୟକ ରହିଥିଲା । କଂଗ୍ରେସର ଭୋଟ ସଂଖ୍ୟା ମଧ୍ୟ କମିଥିବା ସହ ସିଟ ସଂଖ୍ୟା ବ୍ୟାପକ କମ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା ଯାହା ଅତ୍ୟନ୍ତ କଷ୍ଟକର । କିନ୍ତୁ ଏଥର ନିର୍ବାଚନରେ କଂଗ୍ରେସର ସିଟ ସଂଖ୍ୟା ବୃଦ୍ଧି ପାଇବ । ଓଡ଼ିଶା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବଦଳରେ କଂଗ୍ରେସ ହେଉଛି ବର୍ତ୍ତମାନ ଏକ ମାତ୍ର ବିକଳ୍ପ । ଏହି ଦୁଇ ସରକାର ସବୁବେଳେ ଉଭୟ ଉଭୟକୁ ସମର୍ଥନ କରି ଆସୁଛନ୍ତି । ଅନେକ ସମୟରେ ଦୁଇ ଦଳ ବିଜେପି ଓ ବିଜେଡି ନିଜର ଦୋଷ ଲୁଚାଇବା ପାଇଁ ଏକ ହୋଇଯାଇଛନ୍ତି । ଯାହା ଜନସାଧାରଣ ଜାଣି ସାରିଲେଣି । ତେଣୁ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ନୁହେଁ ସମ୍ପୂର୍ଣ୍ଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ସମ୍ପୂର୍ଣ୍ଣ ଭଲ ନାହିଁ । କିନ୍ତୁ ଏଥର ନୂଆ ରଣନୀତି ନେଇ ମୈଦାନକୁ ଓହ୍ଲାଇବ କଂଗ୍ରେସ ।"

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details