ରାଉରକେଲା: କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗେଶ୍ବର ବାବୁଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପାନ୍ଥ ନିବାସରେ ଗଣ୍ଡଗୋଳ ହୋଇଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ଦଳୀୟ ପର୍ଯ୍ୟବେକ୍ଷକ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସର ଅପରଗୋଷ୍ଠୀ କର୍ମୀ ପାଟିତୁଣ୍ଡ କରିଥିବା ଜଣାପଡିଛି।
ରାଉରକେଲା କଂଗ୍ରେସରେ ଫାଟ, ଯୋଗେଶ୍ବର ବାବୁ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ - ଯୋଗେଶ୍ବର ବାବୁ କଂଗ୍ରେସକୁ ଦୁର୍ବଳ କରୁଥିବା ଅଭିଯୋଗ
ଯୋଗେଶ୍ବର ବାବୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ କରି ଦଳେ କଂଗ୍ରେସ କର୍ମୀ ପାଟିତୁଣ୍ଡ କରିଥିବା ଜଣାପଡିଛି।
ସନ୍ଧ୍ୟାରେ ରାଉରକେଲା ପାନ୍ଥ ନିବାସ ଠାରେ ଚାଲିଥିବା ପ୍ରେସ ମିଟ ପରେ ଯୋଗେଶ୍ବର ବାବୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ ଦେଉଥିବା ଅଭିଯୋଗ କରିଥିଲେ। ଏହା ଦ୍ବାରା ସେ କଂଗ୍ରେସକୁ ମଜବୁତ କରିବା ବଦଳରେ ଦୁର୍ବଳ କରୁଛନ୍ତି ବୋଲି ଅନ୍ୟ ଏକ ଗୋଷ୍ଠୀ ଅଭିଯୋଗ କରିଥିଲେ । କଂଗ୍ରେସ ନେତା ଜର୍ଜ ତିର୍କୀ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ସେହିପରି ବୁଧବାର ପୂର୍ବାହ୍ନରେ କଂଗ୍ରେସ କାର୍ଯ୍ୟାଳୟ ହୋଇଥିବା ବୈଠକରେ ଯୋଗେଶ୍ବରଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାରୁ ବୈଠକ ବନ୍ଦ କରାଯାଇଥିଲା।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ