ଓଡିଶା

odisha

ETV Bharat / state

ରାଉରକେଲା ସହରରେ ବଢୁଛି ଶୀତର ପ୍ରକୋପ, ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ

ଶିଳ୍ପ ସହର ରାଉରକେଲା ସହରରେ ବଢୁଛି ଶୀତର ପ୍ରକୋପ । ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ । ଅଧିକ ପଢନ୍ତୁ

By

Published : Dec 6, 2022, 4:12 PM IST

ରାଉରକେଲା ସହରରେ ବଢୁଛି ଶୀତର ପ୍ରକୋପ, ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ
ରାଉରକେଲା ସହରରେ ବଢୁଛି ଶୀତର ପ୍ରକୋପ, ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ

ରାଉରକେଲା:ସହରରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଆଉ ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ । ଚା ଦୋକାନରେ ଚା ପିଇବା ସହ ଜମୁଛି ଖଟି ଆଉ ତା ସହ ଚାଲିଛି ମର୍ଣ୍ଣିଂ ୱାର୍କ । ଶୀତକୁ କିପରି ଉପଭୋଗ କରୁଛନ୍ତି ସହବାସୀ ସେ ନେଇ ତାଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି ।

ରାଉରକେଲା ସହରରେ ବଢୁଛି ଶୀତର ପ୍ରକୋପ, ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ

ରାଉରକେଲାରେ ଶୀତୁଆ ସକାଳର ମଜା ଏକଦମ ଅଲଗା । ଯଦି ଶୀତୁଆ ସକାଳରେ ଟିକେ ଗରମ ଚା ହୋଇଯିବ ଏବଂ ଏହାସହ ଶୀତୁଆ ସକାଳରେ ଜଗିଙ୍ଗ ସହ ଏକ୍ସରସାଇଜ ତାହାର ମଜା ଆହୁରି ଦ୍ବିଗୁଣିତ ହୋଇଯାଏ । ରାଉରକେଲା ସହରରେ ଜାରି ରହିଛି ଶୀତର ପ୍ରକୋପ । ବଢୁଛି ଶୀତ ଆଉ ଲୋକେ ନେଉଛନ୍ତି ଶୀତର ମଜା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପ୍ରବଳ ଅନୁଭୂତ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଶୀତର ଲହରୀ ଖେଳିଯାଇଛି । ଶୀତର ମାତ୍ରା ସୁନ୍ଦରଗଡ଼ ଜିଲ୍ଲାରେ ଜୋରସୋର ଅନୁଭୂତ ହେଉଛି ।

ତେବେ ଶୀତରୁ ଛାଡ଼ ପାଇନାହିଁ ଷ୍ଟିଲ ସିଟି ରାଉରକେଲା । ରାତିରେ ତାପମାତ୍ରା ପ୍ରାୟ 10 ଡିଗ୍ରୀ ପାଖକୁ ହ୍ରାସ ପାଉଛି । ଥଣ୍ଡା ଯୋଗୁଁ ସହରରେ କୁହୁଡି ମଧ୍ୟ ଲାଗି ରହୁଛି । ସକାଳ 8ଟା ରୁ 9ଟା ଯାଏ ସହର କୁହୁଡି ଚାଦରରେ ଆଚ୍ଛାଦିତ ହୋଇ ରହୁଛି । ତେବେ ରାଉରକେଲା ସହରବାସୀ ଖୁବ ମଜାରେ ଶୀତକୁ ଅନୁଭବ କରୁଛନ୍ତି । ଶୀତ ଲହରୀକୁ ଅନୁଭବ କରିବା ସହ ଶୀତ ଠାରୁ ତ୍ରାହି ପାଇବା ପାଇଁ ଚା ଖଟିରେ ବଢୁଛି ଭିଡ଼ । ସକାଳୁ ସକାଳୁ ଲୋକେ ଚା ପିଇ ନିଜକୁ କିଭଳି ଥଣ୍ଡାରୁ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଅନ୍ୟ ପକ୍ଷରେ ଲୋକେ ସକାଳୁ ସକାଳୁ ରାସ୍ତା ଘାଟରୁ ଆରମ୍ଭ କରି ପାର୍କରେ ଜଗିଙ୍ଗ ସହ ମର୍ଣ୍ଣିଂ ୱାକ ଏବଂ ଏକ୍ସରସାଇଜ ଆଦି କରି ନିଜ ଦେହକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ରାତିରେ ତାପମାତ୍ରା ହ୍ରାସ ପାଉଛି । ଆସନ୍ତା ସମୟରେ ମଧ୍ୟ ରାଉରକେଲା ସହରରେ ଆହୁରି ଶୀତ ଅନୁଭୂତ ହେବ । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ରାଉରକେଲା ସହରରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details