ରାଉରକେଲା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି(ଶୁକ୍ରବାର) ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ କରିବେ । ଏହାସହିତ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଛେଣ୍ଡ କଳିଙ୍ଗ ବିହାରରେ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ସମେତ ମୋଟ ୧୧ଟି ପ୍ରକଳ୍ପର ଉଦଘାଟନ କରିବେ । ଏହାସହିତ ୩୨ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।
ଆସନ୍ତାକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ଅନେକ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିବେ । ନିଜର ଗସ୍ତ ସମୟରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ବଡଗାଁ, ବିଶ୍ରା, ଲେଫ୍ରିପଡା, ଲହୁଣୀପଡାରେ ଗୋଟିଏ ଗୋଟିଏ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବାଲିଶଙ୍କରାରେ ଦୁଇଟି ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିବେ । ଆହୁରି କେଉଁ କେଉଁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ ସେନେଇ ଏ ଯାଏଁ କୌଣସି ସୂଚନା ମିଳିପାରିନାହିଁ ।