ETV Bharat Odisha

ଓଡିଶା

odisha

ETV Bharat / state

ସୁନ୍ଦରଗଡ଼ ପାଇଁ ୧୩୯ କୋଟିର ଅନୁଦାନ, 3 ହଜାରରୁ ଊର୍ଦ୍ଧ୍ବ ପ୍ରକଳ୍ପର ଶୁଭାରମ୍ଭ - ସୁନ୍ଦରଗଡରେ ୩ ହଜାର ୧୬ଟି ପ୍ରକଳ୍ପର ଶୁଭାରମ୍ଭ

ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନା । ପ୍ରଥମ ପର୍ଯ୍ୟାୟରେ ୧୩୯ କୋଟି ୫୦ ଲକ୍ଷର ଅନୁଦାନ । ଜିଲ୍ଲାରେ ହେବ ତିନି ହଜାର ଷୋହଳଟି ପ୍ରକଳ୍ପ । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ପାଇଁ ୧୩୯ କୋଟି ୫୦ ଲକ୍ଷର ଅନୁଦାନ, ଜିଲ୍ଲାରେ 3ହଜାରରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶୁଭାରମ୍ଭ
ସୁନ୍ଦରଗଡ଼ ପାଇଁ ୧୩୯ କୋଟି ୫୦ ଲକ୍ଷର ଅନୁଦାନ, ଜିଲ୍ଲାରେ 3ହଜାରରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶୁଭାରମ୍ଭ
author img

By ETV Bharat Odisha Team

Published : Nov 8, 2023, 6:15 PM IST

ସୁନ୍ଦରଗଡ଼ ପାଇଁ ୧୩୯ କୋଟି ୫୦ ଲକ୍ଷର ଅନୁଦାନ, ଜିଲ୍ଲାରେ 3ହଜାରରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶୁଭାରମ୍ଭ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି। ଦୀପାବଳି ପୂର୍ବରୁ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନାରେ ସାମିଲ ହେଲା ସୁନ୍ଦରଗଡ । ଆଜି ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ ଗୋଟି ବ୍ଲକ ମାନଙ୍କରେ ୧୩୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୬ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂରେ ସୁନ୍ଦରଗଡବାସୀଙ୍କ ଯୋଡି ହୋଇ ଏହି ବ୍ୟୟବରାଦ ନେଇ ଘୋଷଣା କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ହେବ ନୂତନ କାୟାକଳ୍ପ । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ତିନି ହଜାରରୁ ଅଧିକ ପ୍ରକଳ୍ପର ହୋଇଛି ଶୁଭାରମ୍ଭ । ଆଜି ସୁନ୍ଦରଗଡ ଜିଲ୍ଲା ସ୍ଥିତ ସମସ୍ତ ୧୭ ଗୋଟି ବ୍ଲକ ମାନଙ୍କରେ ୧୩୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୬ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ " ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମକୁ ମଧ୍ୟ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ 'ଆମ ଓଡିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଏହା ଆୟୋଜନ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘୋଡେ଼ଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ନବୀନ ଓଡିଶାରେ ସାମିଲ ହେଲା ଅନୁଗୋଳ, ଜିଲ୍ଲା ପାଇଁ ବରାଦ ୧୧୨କୋଟି ୫୦ ଲକ୍ଷ

ଏହା ପରେ ପ୍ରଥମେ 5T ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ଭିଡିଓ କନଫରେନ୍ସ ମାଧ୍ୟମରେ ସୁନ୍ଦରଗଡବାସୀଙ୍କ ସହ ଯୋଡି ହୋଇଥିଲେ । ସେ କହିଥିଲେ, "ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ସମସ୍ତ ବ୍ଲକ୍ ରେ ଥିବା ସମସ୍ୟା ବିଷୟରେ ଦରଖାସ୍ତ ଗ୍ରହଣ କରିଥିଲେ । ଏହାର ସମାଧାନ ପାଇଁ ସରକାର ୧୩୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୬ ଗୋଟି ବିଭିନ୍ନ ପ୍ରକାର ପ୍ରକଳ୍ପ ପାଇଁ ସମସ୍ତ ସୁନ୍ଦରଗଡ ଜିଲ୍ଲା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି ।"

ପରେ ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ସମସ୍ତ ବ୍ଲକ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ, ବିଜୁ ସ୍ବାସ୍ଥ୍ୟ ଯୋଜନା, ପ୍ରତି ପଞ୍ଚାୟତ ପାଇଁ ଲକ୍ଷ୍ମୀ ବସ ଯୋଜନା, ମିଲେଟ୍ ମିଶନ ଯୋଜନାକୁ ବିଶ୍ଵ ଦରବାରରେ ପରିଚିତ କରାଇବା, ବିଜୁ ସେତୁ ଯୋଜନାରେ ଶତାଧିକ ସେତୁ ନିର୍ମାଣ, ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତରିଣ ଯୋଜନା, କ୍ରୀଡାର ବିକାଶ, ସୁନ୍ଦରଗଡ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପିତ, ପାନୀୟ ଜଳ ପାଇଁ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details