ରାଉରକେଲା: ରାଉରକେଲା ଇସ୍ପାତ କରଖାନା ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ । ଆଜି ବିଶ୍ରା ଛକ ଠାରେ ବୋନସ ଦାବିରେ ତଥା ଏନଜେସିଏସ ଚୁକ୍ତି ନାମା ଦାବିରେରେ ସି.ଆଇ.ଟି.ୟୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆର୍ଥିକ ବର୍ଷରେ ଷ୍ଟିଲ ଅଥୋରୀଟି ଅଫ ଇଣ୍ଡିଆ ଲିମିଟେଡ଼ର ଆର୍ଥିକ କାରବାର ୧ଲକ୍ଷ ୫ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ପୂର୍ବରୁ ଆର୍ଥିକ ବର୍ଷ ୨୦୨୦- ୨୧ରେ ୭୦ ହଜାର କୋଟିରୁ ଊର୍ଦ୍ଧ୍ୱ, ୨୦୨୧- ୨୨ରେ ୧ଲକ୍ଷ ୪ହଜାର କୋଟିରୁ ଅଧିକ ଆର୍ଥିକ କାରବାର କରିଛି । ତେଣୁ ଚଳିତ ବର୍ଷ ସଠିକ ବୋନସ ସହ NJCS ଚୁକ୍ତିନାମା କରାଯାଉ ବୋଲି ଦାବି ହୋଇଛି ।
ସି.ଆଇ.ଟି.ୟୁ ଗତବର୍ଷ ବ୍ୟାପକ ଆନ୍ଦୋଳନ କରିବା ଦ୍ୱାରା ଶେଷରେ ବୋନସ ଦିଆଯାଇଥିଲା । ବ୍ୟାପକ ଆନ୍ଦୋଳନ କରିବା ଦ୍ଵାରା ଗତ ବର୍ଷ ୪୦ ହଜାର ୫ଶହ ଟଙ୍କା ବୋନସ୍ ମିଳିଥିଲା । ଏନ୍.ଜେ.ସି.ଏସ୍ କୋର କମିଟି ବୈଠକ ଡାକି ସିଆଇଟିୟୁର ବିନା ସହମତିରେ ୬ ମାସ ଆଗରୁ ସିଆଇଟିୟୁର ବିରୋଧ ସତ୍ତ୍ଵେ ତ୍ରୁଟିପୂର୍ଣ୍ଣ ବୋନସ୍ କରିବା ଦ୍ଵାରା ଏହି ବର୍ଷ ଅନୁଯାୟୀ ଗତବର୍ଷ ଠାରୁ ୩୦ କିମ୍ବା ୨୮ ହଜାର ପର୍ଯ୍ୟନ୍ତ ବୋନସ ମିଳିବାର ସମ୍ଭାବନା ରହିଛି । ୮୧ ମାସ ପରେ ମଧ୍ୟ ଏନ୍.ଜେ. ସି.ଏସ୍ ଚୁକ୍ତିନାମା ହୋଇ ପାରିଲା ନାହିଁ । ଶ୍ରମିକ ବିରୋଧୀ ନୀତିକୁ ପ୍ରତ୍ୟାହାର ତଥା ଠିକା ଶ୍ରମିକଙ୍କ ମୂଳଦରମା ଉପରେ ମଜୁରୀ ବୃଦ୍ଧି କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ସି.ଆଇ.ଟି.ୟୁ ତରଫରୁ ଆନ୍ଦୋଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ....Ayurvedic student protest: ପୂରଣ ହେଉନି ଦାବି, ରାଜଧାନୀରେ ଗର୍ଜିଲେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ