ଓଡିଶା

odisha

ETV Bharat / state

ରେଳବାଇ ଘରୋଇକରଣକୁ ନେଇ ପ୍ରତିବାଦ କଲା CITU - ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ସିଟୁର ବିକ୍ଷୋଭ

CITU protests in Rourkela: ରେଳବାଇ ଘରୋଇକରଣକୁ ବିରୋଧ । ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ସିଟୁ । ଅଧିକ ପଢ଼ନ୍ତୁ

CITU protest
CITU protest

By ETV Bharat Odisha Team

Published : Dec 27, 2023, 1:38 PM IST

Updated : Dec 27, 2023, 5:32 PM IST

CITU protest

ରାଉରକେଲା:ରାଉରକେଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ରେଳବାଇ ଘରୋଇକରଣକୁ ନେଇ ପ୍ରତିବାଦ କଲା ସିଟୁ । କେନ୍ଦ୍ର ସରକାର ଭାରତୀୟଙ୍କ ଯୋଗାଯୋଗ ଓ ପରିବହନର ଲାଇଫ୍‌ଲାଇନ୍‌ କହୁଥିବା ଭାରତୀୟ ରେଳବାଇକୁ ଘରୋଇକରଣ କରିବା ପାଇଁ ଯେଉଁ ନୀତି ଗ୍ରହଣ କରିଛନ୍ତି ତାକୁ ନେଇ ଦେଶବ୍ୟାପୀ ସିଟୁ ପ୍ରତିବାଦ କରିଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ସିଟୁ । ଏଥି ସହିତ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ତେବେ ସରକାର ତୁରନ୍ତ ଏହି ଦେଶ ଓ ଜନବିରୋଧୀ ନୀତି ଗ୍ରହଣ କରିବାରୁ ଦୁରେଇ ରହିବାକୁ ସିଟୁ ଦାବି କରିଛି ।

ସିଟୁର ଅଭିଯୋଗ ଅନୁଯାୟୀ, ଭାରତୀୟ ରେଳବାଇ ଭଳି ଏକ ସେବା ପ୍ରଦାନକାରୀ ସରକାରୀ ସଂସ୍ଥାକୁ ବୃହତ ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥାମାନଙ୍କ ସ୍ବାର୍ଥକୁ ରକ୍ଷା କରିବାକୁ ଯାଇ କେନ୍ଦ୍ର ସରକାର ଏହାକୁ ଘରୋଇକରଣ ଆଡ଼କୁ ଠେଲି ଦେବା ନୀତି ଗ୍ରହଣ କରିଛନ୍ତି । ଭାରତୀୟ ରେଳ ସେବା ଦିନରେ ବିଶ୍ଵରେ ୪ ନମ୍ବର ସ୍ଥାନରେ ରହିଛି । ରେଳବାଇରେ ପ୍ରାୟ ୧୨ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ପ୍ରତ୍ୟେକ ଦିନ ପ୍ରାୟ ୨ କୋଟି ୪୦ ଲକ୍ଷ ଲୋକ ରେଳରେ ଯାତ୍ରା କରନ୍ତି । ବର୍ଷକୁ ପ୍ରାୟ ୧୫୦ କୋଟି ଟନ୍ ପଣ୍ୟ ମାଲଗାଡି ଦ୍ବାରା ପରିବହନ କରାଯାଇଥାଏ । ପ୍ରତିବର୍ଷ ରେଳବାଇ ୪୦ ହଜାର କୋଟି ଟଙ୍କା ଯାତ୍ରୀଭଡ଼ା ଓ ମାସୁଲ ବାବଦରେ ଆଦାୟ କରିଥାଏ ବୋଲି ସିଟୁ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ESIରେ ସେକେଣ୍ଡାରୀ ଚିକିତ୍ସା ସେବା ବନ୍ଦ ବିରୋଧରେ ବିକ୍ଷୋଭ

ହେଲେ ୨୦୧୪ ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ସମସ୍ତ ଜାତୀୟ ସମ୍ପଦକୁ ବୃହତ ବ୍ୟବସାୟଙ୍କ କବଳକୁ ଯିବାରେ ଲାଗିଛି । ସାମୁଦ୍ରିକ ବନ୍ଦର, ବିମାନ ବନ୍ଦର, ସରକାରୀ କାରଖାନା, ପ୍ରତିରକ୍ଷା ଉତ୍ପାଦନ, ବ୍ୟାଙ୍କ, ବୀମା,ଟେଲି ଯୋଗାଯୋଗ, ଖଣି, ଜମି,ଜଳ ଓ ଆକାଶ ଆଦି ସବୁର ମାଲିକ ଘରୋଇ ବ୍ୟବସାୟୀମାନେ ହେଉଛନ୍ତି । ତେଣୁ ଭାରତୀୟ ରେଳବାଇକୁ ମଧ୍ୟ ସେମାନଙ୍କ ହାତରେ ଟେକି ଦେବାକୁ ଚେଷ୍ଟା ଚଳାଇଛି କେନ୍ଦ୍ର ସରକାର ବୋଲି ଅଭିଯୋଗ କରିଛି ସିଟୁ । ତେବେ ଦେବରାୟ କମିଟି ସୁପାରିଶ ଅନୁଯାୟୀ ରେଳ ଷ୍ଟେସନ, ରେଳ ଷ୍ଟେସନ ନିକଟସ୍ଥ ରେଳବାଇ ଜମି, ମାଲ ଗୋଦାମ, ଷ୍ଟାଡିୟମଠାରୁ ଆରମ୍ଭ କରି ସମସ୍ତ ରେଳବାଇ ସମ୍ପତ୍ତିକୁ ଘରୋଇ ମାଲିକାନା ହାତକୁ ଦିଆଯିବ । ଯାହାକୁ ତୀବ୍ର ବିରୋଧ କରିଛି ସିଟୁ ।

ଇଟିଭି ଭାରତ, ରାଉରକେଲା

Last Updated : Dec 27, 2023, 5:32 PM IST

ABOUT THE AUTHOR

...view details