ରାଉରକେଲା:କେନ୍ଦ୍ର ସରକାରଙ୍କ ଶ୍ରମିକ ଓ ଜନ ବିରୋଧୀ ପଦକ୍ଷେପକୁ ବିରୋଧ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନ ବିରୋଧୀ କାର୍ଯ୍ୟକୁ ନେଇ ଗର୍ଜିଲା ସିଟୁ । ଏନେଇ ରାଉରକେଲା ESI ମଡେଲ ହସ୍ପିଟାଲ ସମ୍ମୁଖରେ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟାରେ ଶ୍ରମିକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ରାଜ୍ୟରେ ସବୁଠାରୁ ଅଧିକ ବୀମାଧାରୀ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି । ହେଲେ ଇଏସ୍ଆଇର ସର୍କୁଲାର ଅନୁଯାୟୀ ବର୍ତ୍ତମାନ ରାଜ୍ୟର ୮ ଲକ୍ଷ ବୀମାଧାରୀ ଶ୍ରମିକ ଓ ସେମାନଙ୍କ ପରିବାରର ୨୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆଉ ସେକେଣ୍ଡାରୀ ଚିକିତ୍ସା ସୁବିଧା ଓ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇବେ ନାହିଁ । କାରଣ ଏଥିପାଇଁ ଇଏସ୍ଆଇ କର୍ପୋରେସନ ବିପୁଳ ଖର୍ଚ୍ଚାନ୍ତ ହେଉଥିବା ଦୃଷ୍ଟିରୁ ଏହାକୁ ପ୍ରତ୍ୟାହାର କରାଯାଇଛି । ଯାହାକୁ ନେଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ସିଟୁ । ଶ୍ରମିକଙ୍କ ସ୍ୱାର୍ଥ ଏବଂ ନ୍ୟାର୍ଯ୍ୟ ଦାବି ସହ ଶ୍ରମିକ କଲ୍ୟାଣ ପାଇଁ ସିଟୁ ଗତକାଲି ESI ମଡେଲ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିଛି ।