ଓଡିଶା

odisha

ସୁନ୍ଦରଗଡରେ ବଢୁଛି ଶ୍ରମିକ ମୃତ୍ୟୁ; ସୁରକ୍ଷା ଚିନ୍ତାରେ ସିଆଇଟିୟୁର ବିକ୍ଷୋଭ ପ୍ରଦର୍ଶନ

By ETV Bharat Odisha Team

Published : Nov 25, 2023, 12:38 PM IST

Updated : Nov 25, 2023, 3:02 PM IST

କାରଖାନାରେ ଶ୍ରମିକ ସୁରକ୍ଷା ଚିନ୍ତା ନେଇ ସିଆଇଟିୟୁ ପକ୍ଷରୁ ଫ୍ୟାକ୍ଟ୍ରି ଏଣ୍ଡ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

CITU Protest
CITU Protest

ସୁନ୍ଦରଗଡରେ ବଢୁଛି ଶ୍ରମିକ ମୃତ୍ୟୁ

ରାଉରକେଲା:ସୁନ୍ଦରଗଡଜିଲ୍ଲାରେ ପ୍ଲାଣ୍ଟରେ ଶ୍ରମିକଙ୍କ ଦୁର୍ଘଟଣା ମାମଲା ବଢ଼ିବାରେ ଲାଗିଛି । କେତେବେଳେ ଗ୍ୟାସ୍‌ ଲିକ୍‌ ହୋଇ ତ କେତେବେଳେ ଭୟଙ୍କର ବିସ୍ଫୋରଣରେ ଚାଲିଯାଉଛି ନିରୀହ ଜୀବନ । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଛୋଟ ବଡ଼ କାରଖାନାରେ ସୁରକ୍ଷା ଉପକରଣ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି । ଏହାର ପ୍ରତିବାଦରେ ଶୁକ୍ରବାର ସୁନ୍ଦରଗଡ଼ ଶିଳ୍ପ ମଜଦୁର ୟୁନିୟନ ପକ୍ଷରୁ ରାଉରକେଲା ସ୍ଥିତ ଫ୍ୟାକ୍ଟ୍ରି ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ କାରଖାନାରେ ଶ୍ରମିକ ସୁରକ୍ଷାକୁ ନେଇ ଜିଲ୍ଲାର ବିଭିନ୍ନ କଳକାରଖାନାରେ କଡାକଡି ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରିବା ସହ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ସୁନ୍ଦରଗଡରେ ବିଭିନ୍ନ କାରଖାନାରେ ମାସକୁ ପ୍ରାୟ ୮ରୁ ୧୦ଟି ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ସ୍ପଞ୍ଜ୍‌ ଆଇରନ ଏବଂ ଷ୍ଟିଲ୍‌ ପ୍ଲାଣ୍ଟ୍‌ଗୁଡ଼ିକରେ କର୍ତ୍ତୃପକ୍ଷ ସୁରକ୍ଷାରେ ଅବହେଳା କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି । ବିପଦସଙ୍କୁଳ ଅବସ୍ଥାରେ ଶ୍ରମିକମାନେ କାମ କରୁଥିବାରୁ ଶ୍ରମିକ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ଏଥିସହ ପ୍ଲାଣ୍ଟଗୁଡ଼ିକର ପରିଚାଳନାରେ ସୁରକ୍ଷା ଉପକରଣ ଅବହେଳିତ ହୋଇ ରହିଥିବାରୁ ଏହି ଦୁର୍ଘଟଣା ଘଟୁଛି । ହେଲେ ବାରମ୍ବାର ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଥିଲେ ମଧ୍ୟ ସ୍ଥାନୀୟ ଫ୍ୟାକ୍ଟ୍ରି ଏଣ୍ଡ୍‌ ବୋଏଲର ବିଭାଗ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଥିବା ବେଳେ କାରଖାନା ଗୁଡ଼ିକରେ ସୁରକ୍ଷା ଯାଞ୍ଚ ହେଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ବୃଦ୍ଧି ପାଉଛି ଶ୍ରମିକ ମୃତ୍ୟ ମାମଲା, ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯାଉଛି ଜୀବନ !

ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ, ଅଡିଟ୍ ଏବଂ ସୁରକ୍ଷା ନିୟମର ରକ୍ଷଣାବେକ୍ଷଣର ମୂଲ୍ୟାଙ୍କନ କରିବା ପାଇଁ ଆହ୍ୱାନ ଦେବା ସହିତ ତୁରନ୍ତ ଏହାର ସମାଧାନ ନେଇ ସିଆଇଟିୟୁ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏଥିସହ ସୁରକ୍ଷା କାର୍ଯ୍ୟରେ ଅବହେଳା କରିଥିବା କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟପଟେ ଏନେଇ ଫ୍ୟାକ୍ଟ୍ରି ଏଣ୍ଡ ବୋଏଲର କର୍ତ୍ତୃପକ୍ଷ କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥା ସମସ୍ତ କାରଖାନାରେ ଠିକ ରହିବା ଜରୁରୀ । ବିଭାଗ ପକ୍ଷରୁ ସମୟ ସମୟରେ ଯାଞ୍ଚ ଜାରି ରହିଛି । ତେବେ ଆଗାମୀ ଦିନରେ ଏହାକୁ ଆହୁରି କଡାକଡି କରାଯିବ ।

ଇଟିଭି ଭାରତ, ରାଉରକେଲା

Last Updated : Nov 25, 2023, 3:02 PM IST

ABOUT THE AUTHOR

...view details