ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସର ଆତଙ୍କ । ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟ ବିଭାଗର 6 ଜଣିଆ ଟିମ୍ । ତେବେ ଏହି ଛଅ ଜଣିଆ ଟିମ୍ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ ଆସି ସ୍ଥିତି ପରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା, ସ୍ଥିତି ପରଖିଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍
ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ ସୁନ୍ଦରଗଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଅନ୍ୟପଟେ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଗତକାଲି ଜିଲ୍ଲାରେ ପଜିଟିଭ୍ ହାର ୨୭.୦୨ ରହିଥିଲା । ତେବେ ଜିଲ୍ଲାରେ ପ୍ରଥମେ ଜାନୁଆରୀ ମାସରେ ପ୍ରଥମ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିଲେ ।