ଓଡିଶା

odisha

ETV Bharat / state

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଉରକେଲା ଏୟାରପୋର୍ଟ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ - ରାଉରକେଲା ଏୟାରପୋର୍ଟରେ କେନ୍ଦ୍ରୀୟ ଦଳ

ସମୀକ୍ଷା କଲେ କେନ୍ଦ୍ରୀୟ ଦଳ । ଖୁବଶୀଘ୍ର ରାଉରକେଲା ଏୟାରପୋର୍ଟ ହେବ କାର୍ଯ୍ୟକ୍ଷମ । ଶେଷ ପର୍ଯ୍ୟାୟରେ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ । ବୁଧବାର ରାଉରକେଲା ଏୟାରପୋର୍ଟ ଗସ୍ତରେ ଆସି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଦଳ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଉରକେଲା ଏୟାରପୋର୍ଟ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଉରକେଲା ଏୟାରପୋର୍ଟ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

By

Published : Dec 14, 2022, 8:07 PM IST

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାଉରକେଲା ଏୟାରପୋର୍ଟ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

ରାଉରକେଲା: ଖୁବଶୀଘ୍ର ରାଉରକେଲା ଏୟାରପୋର୍ଟ ହେବ କାର୍ଯ୍ୟକ୍ଷମ । ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ । ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ସହରରେ ପୂର୍ଣ୍ଣାଙ୍ଗ ଏୟାରପୋର୍ଟ ନିର୍ମାଣ ଯାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ତେବେ ବୁଧବାର ରାଉରକେଲା ଏୟାରପୋର୍ଟ ଗସ୍ତରେ ଆସି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଦଳ ।

୫ ଜଣିଆ କେନ୍ଦ୍ରୀୟ ଟିମ ଆଜି (ବୁଧବାର) ରାଉରକେଲା ଏୟାରପୋର୍ଟ ଗସ୍ତ କରିଛନ୍ତି । ଏହି ଗସ୍ତରେ DGCA (Directorate General of Civil Aviation) ଉପ ନିର୍ଦ୍ଦେଶକ ମନୀଷ ଠାକୁର, ସହ ନିର୍ଦ୍ଦେଶକ କୁଞ୍ଜ ବିହାରୀ ଆର୍ଯ୍ୟ, ATM (Air Traffic Management) ପରିଚାଳକ ଆରଏସ ଲହୁରିୟା, ସହ ପରିଚାଳକ ଧନଞ୍ଜୟ ତିୱାରୀ, ଏବଂ ସିନିୟର ମ୍ୟାନଜେର ମନୋଜ ପ୍ରସାଦ ସିଂହ ରହିଛନ୍ତି । DGCA ବିଭାଗ, ATM (ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ) ସମେତ AAI (Airport Authority of India) ଏବଂ IMD (India Meteorological Department) ଟିମ ମଧ୍ୟ ଗସ୍ତରେ ସାମିଲ ଥିଲେ ।

ଏହି ଗସ୍ତରେ ଝାରସୁଗୁଡା ଏୟାରପୋର୍ଟ ସୁରକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ଥିଲେ । ଏହି କେନ୍ଦ୍ରୀୟ ହାଇ କମିଟି ରାଉରକେଲା ଏୟାରପୋର୍ଟ ଗସ୍ତ କରି ରାଉରକେଲା ଏୟାରପୋର୍ଟର ସ୍ଥିତି ପରଖିଥିଲେ । ବିମାନ ଲ୍ୟାଣ୍ଡିଂ ବ୍ୟବସ୍ଥା, ରନୱେ, ଏୟାର ଟ୍ରାଫିକ ବ୍ୟବସ୍ଥା, ବିମାନ ପାର୍କିଂ ବ୍ୟବସ୍ଥା ଏବଂ କିଭଳି ଭାବରେ ବାଧାପ୍ରାପ୍ତ ନହୋଇ ସୁରୁଖୁରୁରେ ବିମାନ ସେବା ଲୋକେ ପାଇପାରିବେ ତାହା ଉପରେ ଆଲୋଚନା ହୋଇଥିଲା । ତେବେ କେନ୍ଦ୍ରୀୟ ଟିମର ପରିଦର୍ଶନ ଓ ସମୀକ୍ଷା ପରେ ରାଉରକେଲା ସହର ଏୟାରପୋର୍ଟକୁ ଏକ ପ୍ରକାର ଗ୍ରୀନ ସିଗ୍‌ନାଲ ମିଳିଛି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details