ସୁନ୍ଦରଗଡ:ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ କରମଡିହି-ଲୁଲକିଡିହିର 24 ନଂ ରାଜ୍ୟ ରାଜପଥ ରଣପୁର ନିକଟରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ତିନି କାର ଆରୋହୀ ଗୁରୁତର । ସ୍ଥାନୀୟ ଲୋକଙ୍କ ଦ୍ବାରା ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଗୁରୁତରମାନେ ହେଲେ ନୀଳମଣି ମାଝି, ଗୋକୁଳାନନ୍ଦ କିଶାନ ଓ ସାଧୁ କିଶାନ । ନୀଳମଣି ଓ ଗୋକୁଳାନନ୍ଦଙ୍କ ଘର ଜିଲ୍ଲାର ଲେଫ୍ରିପଡା ବ୍ଲକ ସାଲେଟିକ୍ରା ହୋଇଥିବା ବେଳେ ସାଧୁଙ୍କ ଘର ସୁଆରିଯୋର ହୋଇଥିବା ଆଧାରକାର୍ଡ ପରିଚୟ ପତ୍ରରୁ ଜଣାପଡିଛି ।