ଓଡିଶା

odisha

ETV Bharat / state

ଇଟାଭାଟିରେ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ ସର୍ଗିପାଲି ଲହଣ୍ଡା କୁଦର ଇଟାଭାଟିରେ ଶ୍ରମିକଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

By

Published : Apr 9, 2021, 9:57 PM IST

ଇଟାଭାଟିରେ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ
ଇଟାଭାଟିରେ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଜିଲ୍ଲା ସର୍ଗିପାଲି ଲହଣ୍ଡା କୁଦର ଇଟାଭାଟିରେ ଶ୍ରମିକଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ । ଗତକାଲି(ଗୁରୁବାର) ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଇଟାଭାଟିର ଜଣେ ଶ୍ରମିକ ସାମାନ୍ୟ ବଚସାକୁ ନେଇ ଅନ୍ୟଜଣେ ଶ୍ରମିକକୁ କରିଥିଲା ହତ୍ୟା ।

ସୂଚନା ଅନୁଯାୟୀ, ଲହଣ୍ଡା କୁଦର(ଦିଆମୁଣ୍ଡା) ଇଟାଭାଟିରେ ଛତିଶଗଡ଼ ଅଞ୍ଚଳର ଦମ୍ପତି ରାମରତି ଓ ଚିନମତି ଇଟାଭାଟିରେ କାମ କରୁଥିଲେ । ସେଠାରେ ଶୁକ୍ରୁ ନାଏକ ନାମକ ଜଣେ ବ୍ୟକ୍ତି ମଧ୍ୟ କାମ କରୁଥିଲେ । ତେବେ ଗତକାଲି ରାତିରେ ଏକ ସାମାନ୍ୟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଶୁକ୍ରୁ ଉତ୍ୟକ୍ତ ହୋଇ ରାମରତିଙ୍କ ଗଳାକୁ କୋଦାଳରେ ହାଣି ଦେଇଥିଲେ । ଏହି ସମୟରେ ଚିନମତି ଅଟକାଇବାକୁ ଆସି ଆକ୍ରମଣର ମଧ୍ୟ ଶିକାର ହୋଇଥିଲେ ।

ଏନେଇ ଅନ୍ୟ ଶ୍ରମିକମାନେ ସର୍ଗିପାଲି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ରାମରତିଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶୁକ୍ରୁକୁ ଗିରଫ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details