ଓଡିଶା

odisha

ETV Bharat / state

ରାଉରକେଲାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ - ରାଉରକେଲା ବିଜେପି

ରାଉରକେଲାରେ ଆୟୋଜିତ ହୋଇଯାଇଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ନିର୍ବାଚନ ଲାଗି କିଭଳି ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରାଯିବ ତାହା ନେଇ ପ୍ରସ୍ତୁତ ହୋଇଛି ରଣନୀତି । ଅଧିକ ପଢନ୍ତୁ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ

By ETV Bharat Odisha Team

Published : Nov 4, 2023, 8:59 AM IST

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ

ରାଉରକେଲା: ରାଉରକେଲାରେ ଆୟୋଜନ ହେଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ନିର୍ବାଚନ ନେଇ ବର୍ତ୍ତମାନ ଠାରୁ ସଜ ହେଲେଣି ସମସ୍ତ ପ୍ରମୁଖ ରାଜନୈତିକ ଦଳ । ତେବେ ଏହାରି ମଧ୍ୟରେ ରାଉରକେଲାରେ ରାଜ୍ୟ ବିଜେପି ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତି ଜୋରଦାର କରିଛି । ନୂତନ କାର୍ଯ୍ୟକାରିଣୀ ଓ ଜିଲ୍ଲା ସଭାପତିମାନଙ୍କୁ ନେଇ ଦୁଇ ଦୁନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟରେ ବିଜେପି ।

ତେବେ ଆଗାମୀ ନିର୍ବାଚନରେ ଏହି ଏକ ଛତ୍ରବାଦୀ ଶାସକ ବିଜେଡି ଦଳକୁ ଗାଦିଚ୍ୟୁତ କରିବା ନେଇ ସମସ୍ତ ପ୍ରକାର ଆଲୋଚନା କରାଯାଇଛି । କିଭଳି ତୃଣମୂଳ ସ୍ତରରେ ବିଜେପି ଦଳ ଅଧିକ ଶକ୍ତିଶାଳୀ ହେବ ବୁଥ ସ୍ତରରେ କିଭଳି ନିଜର ଶକ୍ତି ପ୍ରଦର୍ଶନ କରିବ ଏବଂ ଆଗାମୀ ନିର୍ବାଚନରେ ସରକାର ଗଢ଼ିବ ଏନେଇ ଆଲୋଚନା କରାଯାଇଛି ।

ଏହି ବୈଠକରେ ଯୋଗ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନ ମୋହନ ସାମଲ କହିଛନ୍ତି,"କେବଳ ସଭାରେ ଭାଷଣ ଦେଲେ ଭୋଟ ମିଳେ ନାହିଁ । ଭୋଟ ପାଇଁ ଲୋକଙ୍କ ଆସ୍ଥାଭାଜନ ହେବାକୁ ପଡ଼ିବ । ଲୋକଙ୍କ ପାଖକୁ ଯିବାକୁ ହେବ । ରାଜ୍ୟରେ ୮୬ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି । ହେଲେ ଭୋଟ ଆସୁନି କାହିଁକି ? ତେଣୁ ଏନେଇ ରାଜ୍ୟରେ ଦଳକୁ ଆହୁରି ପରିଶ୍ରମ ଦରକାର । ଆଉ ୫ ମାସ ପରିଶ୍ରମ କର ସରକାର ଆମର ହେବ ।" ବିଜେପିର ଯୁବ ମୋର୍ଚ୍ଚାର, ମହିଳା ମୋର୍ଚ୍ଚା, ଏବଂ ସମସ୍ତ ଜିଲ୍ଲାର ବିଜେପି ନେତା ଓ କର୍ମକର୍ତ୍ତା ମାନେ ଏଥିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ସେ ଆହୁରୀ ମଧ୍ୟ କହିଛନ୍ତି,"୫ ବର୍ଷ ବିଜେପି ସରକାର ରହିଲେ ଓଡ଼ିଶାର ଚିତ୍ର ବଦଳି ଯିବ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାଜ୍ୟକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ରାଜ୍ୟରେ ଆଜି ଜଳସେଚନର ବ୍ୟବସ୍ଥା ରାଜ୍ୟ ସରକାର କରିପାରିଲେ ନାହିଁ । ଶୀତଳ ଭଣ୍ଡାର ହୋଇ ପାରିନାହିଁ । ଭରପୁର ଖଣିଜ ସମ୍ପଦକୁ ଶାଗମାଛ ଦରରେ ବିକ୍ରି କରାଯାଉଛି । ଓଡ଼ିଶାରେ ଏବେ ବେରୋଜଗାରୀ ସମସ୍ୟା ଶୀର୍ଷରେ ପହଞ୍ଚିଛି । ଅନ୍ୟ ସମସ୍ତ ରାଜ୍ୟରୁ ସର୍ବାଧିକ ଓଡ଼ିଆ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଏନେଇ ଓଡ଼ିଶାର ଯୁବକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଗାଁକୁ ଗାଁ ଯାଇ ଲୋକଙ୍କୁ ଭେଟିବା ସହ ଗତ ୯ ବର୍ଷ ମଧ୍ୟରେ ମୋଦି ସରକାର ଲୋକଙ୍କ ପାଇଁ କି କି ସୁବିଧା କରିଛନ୍ତି ସେ ବିଷୟରେ ଅବଗତ କରିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ହେବ ।"


ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେପି ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଯୁବ ମୋର୍ଚ୍ଚାର ଜାତୀୟ ଉପସଭାନେତ୍ରୀ ତଥା ଗୋଆ ପ୍ରଭାରୀ ଅର୍ପିତା ଅପରାଜିତ ବଡ଼ଜେନା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପ୍ତି ମୁଣ୍ଡା, ଓଡ଼ିଶା ଯୁବମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ଶେଖର ରାଜଙ୍କ ସହ ସମସ୍ତ ଜିଲ୍ଲାର ସଭାପତି ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details