ଓଡିଶା

odisha

ETV Bharat / state

ବିଜେପିର କୋର କମିଟି ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ - ବିଜେପିର କୋର କମିଟି ବୈଠକ

BJP core committee meeting: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଉରକେଲାରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ । ଫୋକସରେ ସୁନ୍ଦରଗଡର 4 ବିଧାନସଭା ଆସନ । ଅଧିକ ପଢନ୍ତୁ

BJP core committee meeting
ବିଜେପିର କୋର କମିଟି ବୈଠକ

By ETV Bharat Odisha Team

Published : Jan 6, 2024, 8:47 PM IST

BJP core committee meeting

ରାଉରକେଲା:ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନୀ ରଣନୀତି ପାଇଁ ଘନ ଘନ ବୈଠକ କରୁଛି ରାଜ୍ୟ ବିଜେପି । ଦୁଇ ଦିନ ଧରି ରାଉରକେଲାରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ୪୦ ଜଣିଆ କୋର୍ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାୟକ ବୈଠକରେ ସାମିଲ ହୋଇ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ବିଜେପିର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା ଏହି ବୈଠକ । ଜିଲ୍ଲାରେ ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ରହିଥିବା ବେଳେ ସୁନ୍ଦରଗଡ଼ରେ ବିଜେପି ସାଂସଦ ମଧ୍ୟ ରହିଛନ୍ତି । ଅନ୍ୟ ୪ଟି ବିଧାନସଭା କ୍ଷେତ୍ରକୁ କେମିତି ବିଜେପି ଦଖଲକୁ ଆସିବ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ।

ରାଉରକେଲାର ଏକ ଘରୋଇ ହୋଟେଲରେ ଆୟୋଜିତ ଦୁଇ ଦିନିଆ କୋର କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ମାନସ ମହାନ୍ତି, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପ୍ରତାପ ଷଡଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-କୋର କମିଟି ବୈଠକରେ ଗୁରୁତ୍ବରୂର୍ଣ୍ଣ ନିଷ୍ପତ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ୍ !

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ରଣନୀତି କଣ ରହିବ, ସାଙ୍ଗଠନିକ ସ୍ଥିତି, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସହ ରାଜ୍ୟର ପ୍ରମୁଖ ସମସ୍ୟା ଓ ପ୍ରସଙ୍ଗ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ବୁଥ ସ୍ତରରେ କିଭଳି ସଂଗଠନ ମଜବୁତ ହେବ ତାହା ମଦ୍ୟ ଆଲୋଚନା । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି କେମିତି ଅଧିକ ଭୋଟ ପାଇବ? ଏଥିପାଇଁ କେଉଁ କେଉଁ ଦିଗକୁ ଅଧିକ ଧ୍ୟାନ ଦିଆଯିବ ? ପଞ୍ଚାୟତରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଲୋକମାନେ କେମିତି କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବେ ? ଆଦି ଅନେକ ବିଷୟରେ ବିଏଲ୍ ସନ୍ତୋଷ ଉପସ୍ଥିତ ସାଂସଦ ଓ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ବୈଠକରେ ଉଭୟ ସାଂସଦ, ବିଧାୟକମାନେ ନେତା ଓ କର୍ମୀମାନଙ୍କୁ ନେଇ କାମ କରିବାକୁ କୁହାଯାଇଛି । ଜିଲ୍ଲାରେ ସୁନ୍ଦରଗଡ଼, ବିରମିତ୍ରପୁର ଓ ତଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ଅଛନ୍ତି । ସୁନ୍ଦରଗଡ଼ରେ ବିଜେପି ସାଂସଦ ମଧ୍ୟ ରହିଛନ୍ତି । ଅନ୍ୟ ୪ଟି ବିଧାନସଭା କ୍ଷେତ୍ରକୁ କେମିତି ବିଜେପି ଦଖଲକୁ ଆସିବ ଏଥିପାଇଁ ବିଜେପି ପକ୍ଷରୁ କଣ ପଦକ୍ଷେପ ନିଆଯିବ, ସେ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details