ଓଡିଶା

odisha

ETV Bharat / state

ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରୁଛି ବିଜେଡି ! କଂଗ୍ରେସର ଅଭିଯୋଗ - ଶ୍ରମମନ୍ତ୍ରୀ ଓଡିଶା

ନିର୍ମାଣ ଶ୍ରମିକଙ୍କ ପାଇଁ ହେଉଥିବା ଯୋଜନାର ବାଟ ମରଣା ନେଇ ଅଭିଯୋଗ କରିଛି କଂଗ୍ରେସ ।ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ ପରିଣତରେ କରୁଛି ବିଜୁ ଜନତା ଦଳ । ଏହାକୁ ନେଇ ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ଏହାକୁ ଘୋର ବିରୋଧ କରିଛି । ଅଧିକ ପଢନ୍ତୁ ...

ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ
ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ

By ETV Bharat Odisha Team

Published : Aug 24, 2023, 8:32 PM IST

ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ

ରାଉରକେଲା:ଜିଲ୍ଲା ଏବଂ ରାଉରକେଲାରେ ନିର୍ମାଣ ଶ୍ରମିକଙ୍କ ପାଇଁ ହେଉଥିବା ଯୋଜନାର ବାଟ ମାରଣା ହେଉଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ନିର୍ମାଣ ଶ୍ରମିକଙ୍କ ପାଇଁ ହେଉଥିବା ଯୋଜନାରେ ଅର୍ଥ ହେରଫେର ହେଉଛି । ଫେକ୍‌ ନିର୍ମାଣ ଶ୍ରମିକ ତାଲିକା ପ୍ରସ୍ତୁତ କରି ଯୋଜନା ବାଟ ମାରଣା ହେଉଥିବା ଅଭିଯୋଗ ହୋଇଛି । ନିର୍ମାଣ ଶ୍ରମିକଙ୍କ ପାଇଁ ହୋଇଥିବା ପ୍ରସବ କାଳୀନ ସହାୟତା, ମୃତ୍ୟ କାଳୀନ ସହାୟତା, ଶିକ୍ଷା ସହାୟତା ଓ ବିବାହ ସହାୟତା ପାଇଁ ହେଉଥିବା କାର୍ଯ୍ୟକ୍ରମଗୁଡିକ ସମ୍ପୂର୍ଣ୍ଣ ସରକାରୀ ହୋଇଥିବା ବେଳେ ଏହାକୁ ଦଳୀୟ କାର୍ଯ୍ୟକ୍ରମ ପରିଣତରେ କରୁଛି ବିଜୁ ଜନତା ଦଳ ।

କଂଗ୍ରେସ ଏଭଳି ଅଭିଯୋଗ ଆଣି କହିଛି ଯେ, ଯେତେବେଳେ ଏହି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ କରାଯାଉଛି । ସେତେବେଳେ କାହିଁକି ଶ୍ରମ ବିଭାଗ ବିଜୁ ଜନତା ଦଳର କର୍ମୀଙ୍କୁ ନେଇ ଅତିଥି ରୂପେ ମଞ୍ଚାସିନ କରାଯାଉଛି । କାହିଁକି କେବଳ ଶ୍ରମ ମନ୍ତ୍ରୀ, ଜିଲ୍ଲା ପରିଷଦ ଏବଂ ସରପଞ୍ଚ ଆଦିଙ୍କୁ ନିଆଯାଇ କାର୍ଯ୍ୟକ୍ରମ କରାଯାଉନାହିଁ । ତେବେ କିଭଳି ବିଜୁ ଜନତା ଦଳରେ ଥିବା ବିଭିନ୍ନ ପଦ ପଦବୀ ଯୁକ୍ତ କର୍ମୀଙ୍କୁନେଇ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଉଛି । ଏହାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବିରୋଧ, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଉରକେଲା ଯୁଗ୍ମ ଶ୍ରମ କମିଶନରଙ୍କ ନିକଟରେ ପଞ୍ଜିକରଣ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ହେଉଥ‌ିବା କାର୍ଯ୍ୟକ୍ରମର ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ପ୍ରଶାସନିକ କାର୍ଯ୍ୟକ୍ରମକୁ ବିଜେଡି କାର୍ଯ୍ୟକ୍ରମରେ ପରିଣତ କରାଉଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।

ଗତ କିଛିଦିନ ତଳେ ରାଉରକେଲାର ସିଭିକ୍ ସେଣ୍ଟରରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତିଙ୍କଠାରୁ ଆରମ୍ଭ କରି ଅନେକ ନେତା ମଞ୍ଚାସୀନ ହୋଇ ହିତାଧିକାରୀ ଶ୍ରମିକଙ୍କୁ ସହାୟତା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଜେ ଯୁଗ୍ମ ଶ୍ରମ କମିଶନର ଅଧ୍ୟକ୍ଷତା କରୁଥିବାବେଳେ ସ୍ଥାନୀୟ ବିଧାୟକ ତଥା ଶ୍ରମମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ ବରଂ ବିଜେଡିର କାର୍ଯ୍ୟକ୍ରମ ପ୍ରତୀତ ହୋଇଥିବା କଂଗ୍ରେସ ଅଭିଯୋଗ କରି ଏହାକୁ ବିରୋଧ କରିଛି । ଏହାକୁ ନେଇ ସ୍ଥାନୀୟ ଯୁଗ୍ମ ଶ୍ରମ କମିଶନରଙ୍କୁ ପ୍ରତିବାଦ ପତ୍ର ମଧ୍ୟ ପ୍ରଦାନ କରିଛି ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details