ଓଡିଶା

odisha

ETV Bharat / state

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଉଦ୍ଧାର - ସୁନ୍ଦରଗଡ ଏସ .ପି. ସାଗରିକା ନାଥ

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଠାବ
ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଠାବ

By

Published : Jan 5, 2021, 1:05 PM IST

Updated : Jan 5, 2021, 4:45 PM IST

16:34 January 05

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଉଦ୍ଧାର

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଠାବ

ଅନୁଗୋଳ: ପାକିସ୍ତାନ ଜେଲରୁ ମୁକ୍ତ ହୋଇଥିବା ସୁନ୍ଦରଗଡ଼ର ବିର୍ଜୁ ଅନୁଗୋଳ ଜିଲ୍ଲା ତାଳଚେରରୁ ଉଦ୍ଧାର ହୋଇଛନ୍ତି । ସୁନ୍ଦରଗଡ ଫେରେଇ ନେବାକୁ ଆସୁଛି ପୋଲିସର ଏକ ଟିମ୍ । ସୁନ୍ଦରଗଡରୁ ନିଖୋଜ ହୋଇଥିବା ବିର୍ଜୁ ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରୁ ସୋମବାର ରାତିରେ ଉଦ୍ଧାର କରାଯାଇଛି।  

ବିର୍ଜୁ ତାଳଚେର ବଜାରରେ ବୁଲୁଥିବା ବେଳେ ପୋଲିସ ସନ୍ଦେହରେ ତାଙ୍କୁ ଧରିଥିଲା। ତାଙ୍କୁ ବିର୍ଜୁ ବୋଲି ସନ୍ଦେହ କରି ସୁନ୍ଦରଗଡ ପୋଲିସକୁ ଖବର ଦେବା ସହ ଫୋଟ ପଠାଇଥିଲା। ସୁନ୍ଦରଗଡ଼ ପୋଲିସ ସେ ବିର୍ଜୁ ବୋଲି ସୂଚନା ଦେବା ପରେ ତାଳଚେର ପୋଲିସ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କ ସହାୟତାରେ ତାଙ୍କୁ ଧରି ନେଇ ସେଲଟର ହୋମରେ ସୁରକ୍ଷିତ ଭାବେ ରଖିଛି।

ତେବେ  ବିର୍ଜଙ୍କୁ ନେବା ପାଇଁ ସୁନ୍ଦରଗଡ ପୋଲିସର ଟିମ୍ ଆସୁଥିବା ଅନୁଗୋଳ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ବିର୍ଜୁ ସୁରକ୍ଷିତ ଅଛନ୍ତି। ସୁନ୍ଦରଗଡ ପୋଲିସର ଏକ ଟିମ୍ ଏଠାକୁ ଆସୁଛନ୍ତି। ତଦନ୍ତ ପରେ ସେମାନେ ବିର୍ଜୁକୁ ସାଙ୍ଗରେ ନେଇଯିବେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

12:58 January 05

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଉଦ୍ଧାର

ନିଖୋଜ ବିର୍ଜୁ କୁଲୁ ତାଳଚେରରୁ ଠାବ

ସୁନ୍ଦରଗଡ: ନିଖୋଜ ବିର୍ଜୁ କୁଲୁ ତାଳଚେର ରେଳ ଷ୍ଟେସନରୁ ଠାବ ହୋଇଛନ୍ତି । ଏନେଇ ସୁନ୍ଦରଗଡ ଏସ .ପି. ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିର୍ଜୁକୁ ସୁନ୍ଦରଗଡ ଆଣିବା ପାଇଁ କୁତ୍ରା ପୋଲିସ ତାଳଚେର ଯାଉଥିବା କଥା ସେ କହିଛନ୍ତି।  

ତେବେ କେଉଁ ପରିସ୍ଥିତିରେ ବିର୍ଜୁ ଘରୁ ଗଲା ସେ ନେଇ ତଦନ୍ତ ଜାରି ରହିଥିବା କଥା ସେ କହିଛନ୍ତି। ବିର୍ଜୁ ଆସିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ ଦର୍ଶାଇଛନ୍ତି। ସୂଚନାଥାଉକି, ଶନିବାର ରାତିରେ ପାକିସ୍ତାନ ଫେରନ୍ତା ବିର୍ଜୁ ସୁନ୍ଦରଗଡ କୁତ୍ରା ବ୍ଲକ ଜଙ୍ଗରପଡାର ନିଜ ଘରୁ କେଉଁ ଆଡେ ଚାଲିଯାଇଥିଲା ।  

ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ପୋଲିସ ପ୍ରଶାସନର ଚିନ୍ତା ବଢିଯାଇଥିଲା । ତେବେ ଆଜି ତାକୁ ତାଳଚେରରୁ ଉଦ୍ଧାର କରାଯାଇଛି ।  

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ 

Last Updated : Jan 5, 2021, 4:45 PM IST

ABOUT THE AUTHOR

...view details