ସୁନ୍ଦରଗଡ:ହିତାଧିକାରୀଙ୍କ ଜମି ହଡପ । ଜିଲ୍ଲା ସଦର ତହସିଲ ଓ ସବଡେଗା ତହସିଲରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ହିତାଧିକାରୀ ।
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଜଙ୍ଗଲ ଜମି ପଟ୍ଟା ପାଇଥିବା ସମସ୍ତ ହିତାଧିକାରୀଙ୍କ ଜମିକୁ ହଡପ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏ ଅଭିଯୋଗ ଆଣିଛନ୍ତି ଭୋଜପୁର , ଜଗତଗଡ , ସୁବଳିୟା , କଲେଜରୋଡ ( ସଦର ) ଅଞ୍ଚଳର ହିତାଧିକାରୀମାନେ । ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକ୍ରୋଷ୍ଠରେ ଅଭିଯୋଗ କରିଛନ୍ତି । ହିତାଧିକାରୀମାନେ କେତେକ ସମାଜସେବୀଙ୍କ ସାହାଯ୍ୟ ମଧ୍ୟ ନେଇଛନ୍ତି ।