ସୁନ୍ଦରଗଡ: କୋରୋନା ମହାମାରୀ ଯୋଗୁଁ ବସ କର୍ମଚାରୀଙ୍କ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଥିବାବେଳେ ସେମାନଙ୍କ ପରିବାର ପାଇଁ ଦାନା ଗଣ୍ଡିଏ ଯୋଗାଡ କରିବା ମଧ୍ୟ ପାଇଁ କଠିନ ବ୍ୟାପାର ହୋଇଛି । ଏହି ଅନାଟନ ସମୟରେ ସେମାନଙ୍କ ମୁହଁରେ ଗଣ୍ଡିଏ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ।
ବସ କର୍ମଚାରୀଙ୍କୁ ରାସନ ସାମଗ୍ରୀ ବାଣ୍ଟିଲା ବିଜୁ ଛାତ୍ର ଜନତା ଦଳ - ବିଜୁ ଛାତ୍ର ଜନତା ଦଳ
ବସ କର୍ମଚାରୀଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କର୍ମୀ। ଅଧିକ ପଢନ୍ତୁ....
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କର୍ମୀମାନେ ସୁନ୍ଦରଗଡ ପୁରୁଣା ବସଷ୍ଟାଣ୍ଡ ନିକଟରେ ଘରୋଇ ବସ୍ କର୍ମଚାରୀଙ୍କ ୧୦୦ ଜଣ ପରିବାରକୁ ମାସକର ରାସନ୍ ସାମଗ୍ରୀ ବଣ୍ଟିଛନ୍ତି । ବିଜୁ ଛାତ୍ର ଜନତା ଦଳ କର୍ମୀଙ୍କ ଏହି କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ସୁନ୍ଦରଗଡର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ କୁମାର ସିଂହ ,ବିଜୁ ଛାତ୍ର ଜନତା ଦଳର ସଭାପତି ସୟଦ ସେହବାଜ ହୁସେନ ଓ ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଜୟ ନାରାୟଣ ତ୍ରିପାଠୀ, ଜଗଦୀଶ ପ୍ରତାପ ଦେଓ, ବେଣୁଧର ତାଣ୍ଡିଆ, ସୁନୀଲ ମହାପାତ୍ର, ସଦର ବ୍ଲକ ଉପାଧ୍ୟକ୍ଷ ଅଶ୍ୱିନୀ ନାୟକ, ଆଇନଜୀବୀ ସାମ୍ମୁଖ୍ୟ ଜିଲ୍ଲା ଆବାହକ ଅଶୋକ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ