ଓଡିଶା

odisha

ETV Bharat / state

ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି - ଆନ୍ଦୋଳନରେ ରାଉରକେଲା ସହରର ଆଇନଜୀବୀ।

ରାଉରକେଲା ସହରକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ପୁଣି ସ୍ୱର ଉଠାଇଲେଣି ରାଉରକେଲା ସହରର ଆଇନଜୀବୀ । ରାଉରକେଲା ଜିଲ୍ଲା ପାଇଁ ଏବଂ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସବୁଠାରୁ ପ୍ରଥମ ଦାବିଦାର । ଅଧିକ ପଢନ୍ତୁ

ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଓକିଲ ସଂଘ
ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଓକିଲ ସଂଘ

By

Published : Dec 7, 2022, 10:20 PM IST

ରାଉରକେଲା: ତେଜିଲା ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି । ଆନ୍ଦୋଳନରେ ରାଉରକେଲା ସହରର ଆଇନଜୀବୀ । ଆଜି ରାଉରକେଲା ଓକିଲ ସଂଘ ପକ୍ଷରୁ ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବିକୁ ନେଇ ହୋଇଛି ଆନ୍ଦୋଳନ ।

ରାଉରକେଲାକୁ ଜିଲ୍ଲା ଘୋଷଣା ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଓକିଲ ସଂଘ

ଦୀର୍ଘଦିନରୁ ରାଉରକେଲାକୁ ଜିଲ୍ଲା ଘୋଷଣା ସହ ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି । କେବେ ଘୋଷଣା ହେବ ରାଉରକେଲା ଜିଲ୍ଲା ଏବଂ କେବେ ସ୍ଥାପନ ହେବ ରାଉରକେଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ତାହାକୁ ନେଇ ପୁଣି ବର୍ତ୍ତମାନ ରାସ୍ତା କୁ ଓହ୍ଲାଇଛନ୍ତି ଆଇନଜୀବୀ । ଏଥିସହ ରାଉରକେଲାକୁ ନୂତନ ଜିଲ୍ଲା ମାନ୍ୟତା ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ରାଉରକେଲା ଓକିଲ ସଂଘ ।

ପାନପୋଷ ସବଡିଭିଜନ ଅଧିନସ୍ଥ ରାଉରକେଲା ସହର ଓ ବିରମିତ୍ରପୁର, କୁଆରମୁଣ୍ଡା, ଲାଠିକଟା ବିଶ୍ରା ଏବଂ ବଣାଇ ସବ ଡିଭିଜନ ର କୋଇଡା, ଟେନସା, ଲହୁଣୀପଡା ଅଞ୍ଚଳର ହଜାର ହଜାର ଲୋକେ ନୀତିଦିନ 200 ରୁ 250 କିଲୋମିଟର ଯାତାୟତ କରି ସଦର ମହକୁମା କୁ ନିଜର କାର୍ଯ୍ୟ ନେଇ ଆସିଥାନ୍ତି। ଯଦି ଅପହଞ୍ଚ ଅଞ୍ଚଳ ହୋଇଥିଲେ ପ୍ରାୟ 300 କିମି କେବଳ ଜିଲ୍ଲା ମୁଖ୍ୟାଳୟ ହୋଇଥାଏ। ଯାହାକୁ ନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି କୋଇଡା, ବଣାଇ, ଅଞ୍ଚଳରୁ ସୁନ୍ଦରଗଡ କୁ ଗମନାଗମନ ଅସୁବିଧା ଥିବାରୁ ଦିନକରେ ଜିଲ୍ଲା ମୁଖ୍ୟାଳୟ କୁ ଯାଇ କାମ ସାରି ଘରକୁ ଫେରିବା ଅସମ୍ଭବ ହୋଇପଡୁଛି। ତେବେ ରାଉରକେଲା ଏବଂ ବଣାଇ ଅଞ୍ଚଳ ସରକାର ଙ୍କୁ ରାଜ୍ୟର ସର୍ବାଧିକ ରାଜସ୍ବ ପ୍ରଦାନ କରନ୍ତି। ଏଥିସହ ରାଉରକେଲା ସହରରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଯାତାୟତ ପାଇଁ ବସ ଓ ରେଳପଥ ରହିଛି । ଏହା ଛଡା ଆଉ ଅଳ୍ପ କିଛିଦିନ ମଧ୍ୟରେ ରାଉରକେଲା ସହରରୁ ବିମାନ ସେବା ମଧ୍ୟ ଆରମ୍ଭ ହୋଇଯିବ ଏବଂ ଏହାସହ ବିଭିନ୍ନ ଆନୁଷଙ୍ଗିକ ସୁବିଧା ରହିଛି ଯାହାକୁ ନେଇ ରାଉରକେଲାକୁ ଜିଲ୍ଲା ମାନ୍ୟତା ହେବା ଜରୁରୀ ବୋଲି ଦାବି ହେଉଛି । ଅନ୍ୟ ପକ୍ଷରେ ରାଉରକେଲା ସହରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ମଧ୍ୟ ସ୍ଥାପନ କରିବା ପାଇଁ ବହୁ ବର୍ଷରୁ ଦାବି ହେଉଥିବା ବେଳେ ରାଉରକେଲା ସହର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସବୁଠୁ ଯୋଗ୍ୟ ସ୍ଥାନ ।

ଏଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ହେଲେ କେବଳ ଯେ ରାଉରକେଲାବାସୀ କି ସୁନ୍ଦରଗଡ ବାସୀ ଫଳପ୍ରଦ ହେବେ ତାହା ନୁହେଁ ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶା ସହ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଲୋକେ ଏଥିରେ ଲାଭବାନ ହେବେ । ତେବେ ଯଥାସମ୍ଭବ ରାଉରକେଲା କୁ ଜିଲ୍ଲା ଘୋଷଣା ଏବଂ ରାଉରକେଲା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଦାବି କରିଛନ୍ତି ରାଉରକେଲା ସହରର ଆଇନଜୀବୀମାନେ । ଅନ୍ୟପଟେ ଓଡ଼ିଶାରେ ନୂତନ ଜିଲ୍ଲା ଏବଂ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସବୁଠାରୁ ଅଧିକ ଦାବିଦାର ହେଉଛି ରାଉରକେଲା ସହର । ତେବେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା ଏବଂ ବଣାଇ ଅଞ୍ଚଳ ବାସୀ ଲୋକଙ୍କ ପାଇଁ ନୀତିଦିନ ସୁନ୍ଦରଗଡ କୁ ଯିବା ଅସମ୍ଭବ ହୋଇ ପଡୁଛି ତେଣୁ ରାଉରକେଲା କୁ ଯଥାକ୍ରମେ ଜିଲ୍ଲା ଘୋଷଣା କରାଯାଉ ଏବଂ ଏଠାରେ ଯଥାସମ୍ଭବ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି ଦାବି ବର୍ତ୍ତମାନ ତେଜିବାରେ ଲାଗିଛି । ଯାହାକୁ ନେଇ ଆଜି ଓକିଲ ସଂଘ ରାଜରାସ୍ତା ରେ।

ତେବେ ଯଦି ରାଉରକେଲା ଜିଲ୍ଲାର ଘୋଷଣା ହୋଇଯାଏ ତେବେ ଟେନସା, କୋଇଡା, ବଣାଇ ଏବଂ କୁଆରମୁଣ୍ଡା, ବିଶ୍ରା, ବିରମିତ୍ରପୁର ସହ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରୁ ଲୋକେ ସୁବିଧା ରେ ରାଉରକେଲା ଜିଲ୍ଲା ମୁଖ୍ୟାଳୟ ସହ ଯୋଡି ହୋଇ ପାରିବେ। ଏଥିସହ ଯଦି ରାଉରକେଲା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୁଏ ତେବେ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଫଳପ୍ରଦ ହୋଇପାରିବ। ଏହି ଆନ୍ଦୋଳନକୁ ରାଉରକେଲା ସହରର ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନ ସମର୍ଥନ କରିଛନ୍ତି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details