ରାଉରକେଲା:ବନ୍ଧମୁଣ୍ଡାରେ ରେଳ ସମ୍ପ୍ରସାରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ଏନେଇ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରେଳପଥର ଚତୁର୍ଥ ଲାଇନ୍ ସମ୍ପ୍ରସାରଣକୁ ତୀବ୍ର ବିରୋଧ କରିଛନ୍ତି ବିକ୍ଷୋଭକାରୀ ।
ତେବେ ରାଉରକେଲା ଇସ୍ପାତ୍ କାରଖାନାର ଜମି ଅଧିଗ୍ରହଣ ଓ ପରବର୍ତ୍ତୀ ଥଇଥାନ ପ୍ରକ୍ରିୟାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଯାହାର ସମାଧାନ ପାଇଁ ଦାବି କରିଛନ୍ତି ଲୋକେ । ପ୍ରାୟ ସାତ ଦଶନ୍ଧି ଧରି ଅବହେଳିତ ହୋଇ ରହିଛି ଏହି ଇସ୍ପାତ କାରଖାନାର ଜମି । ତେଣୁ ବହୁଦିନ ଧରି ଏହି ଜମି ଅଧିଗ୍ରହଣ ଏବଂ ଫେରସ୍ତକୁ ନେଇ ସମାଧାନ ନହେବା ବିବାଦକୁ କେନ୍ଦ୍ର କରି ଗତକାଲି ବିକ୍ଷୋଭ କରିଥିଲା ବନ୍ଧମୁଣ୍ଡା ରେଲୱେ ଆକ୍ସନ କମିଟି ।
2006 ମସିହା ଜାନୁଆରୀ 11 ତାରିଖରେ ତତ୍କାଳୀନ ଆର୍ଡିସି ଅମଳରେ ହୋଇଥିବା ଏକ ଯୁଗାନ୍ତକାରୀ ଚୁକ୍ତିନାମାରେ ସମ୍ବଲପୁର ଅଶୋକ ଦଳବାଇଙ୍କ ତତ୍ତ୍ୱାବଧାନରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଆଜି ଯାଏଁ ଏହାର ସମାଧାନ ହୋଇପାରିନାହିଁ । କାରଣ ଜମି ରାଉରକେଲା ଇସ୍ପାତ କାରଖାନା ସିଧାସଳଖ ରେଳବାଇ ବିଭାଗକୁ ହସ୍ତାନ୍ତର କରିଛି ।