ଓଡିଶା

odisha

ETV Bharat / state

ନାମଫଳକରେ ବ୍ରିଜ, ପ୍ରବଳ ବର୍ଷାରେ ଭୁଷୁଡିଲା ବାଉଁଶ ପୋଲ

ଭୁଶୁଡି ପଡିଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ । ରାଉରକେଲା ସ୍ମାର୍ଟସିଟିକୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡିବା ପରେ ଏଣିକି ଡଙ୍ଗାରେ ଲୋକମାନେ ଯିବା ଆସିବା କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେପଟେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନବାଚୀ ।

By

Published : Jul 3, 2019, 8:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଝାଡଖଣ୍ଡରେ ପ୍ରବଳ ବର୍ଷାର ପ୍ରଭାବରେ ଭୁଶୁଡି ପଡିଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ । ରାଉରକେଲା ସ୍ମାର୍ଟସିଟିକୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡିବା ପରେ ଏଣିକି ଡଙ୍ଗାରେ ଲୋକମାନେ ଯିବା ଆସିବା କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେପଟେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଉ ଘାଟରେ ପୋଲ ପାଇଁ ଶିଳାନ୍ୟାସ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ଇଟ୍ଟା ପଡିନାହିଁ । ରିଉ ଘାଟ ତଥା ପାସରା ଘାଟରେ ପ୍ରତିଦିନ ହଜାର ହଜାର ଲୋକ ବାଉଁଶ ପୋଲ ଦେଇ ସ୍ମାର୍ଟସିଟିରେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ତଥା କାମ ସନ୍ଧାନରେ ଆସନ୍ତି । ଜୀବନକୁ ବାଜି ଲଗାଇ ସରକାରୀ ବାବୁ, ଶିକ୍ଷକମାନେ ମଧ୍ୟ ଏହି ବାଉଁଶ ପୋଲ କିମ୍ବା ଦଣ୍ଡରେ ଯିବା ଆସିବା ପାଇଁ ବାଧ୍ୟ । ହେଲେ ଏହା ସବୁବେଳେ ମାରାତ୍ମକ ।

କାରଣ ଝାରଖଣ୍ଡରେ ପ୍ରବଳ ବର୍ଷା ହେଲେ ବଡ଼ ବଡ଼ କାଠ ତଥା ଗଛ ଫସି ଆସେ । ତାହା ବାଉଁଶ ପୋଲ କିମ୍ବା ଦଙ୍ଗା ପାଇଁ ମାରାତ୍ମକ । ସରକାର ଆଦିବାସୀ ଅଂଚଳର ବିକାଶ ଉପରେ ଗୁରୁତ୍ବ ଦେବାର ଡିଣ୍ଡିମ ପିଟୁଛନ୍ତି ତାହା କେତେ ଦୂର ଠିକ । ଏମାନଙ୍କ ଭାଗ୍ୟ କେବେ ସୁଧୁରିବ ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details