ରାଉରକେଲା: ଇସ୍ପାତନଗରରୀରେ ଭାଇଚାରାର ସହ ପାଳିତ ହୋଇଯାଇଛି ବକ୍ରି ଇଦ୍। ସୋମବାର ଇଦଗାହ ମୈଦାନରେ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପଢିଥିଲେ।
ଭାଇଚାରା ସହ ବକ୍ରି ଇଦ ପାଳିତ
ଶାନ୍ତି ଓ ଭାଇଚାରା ସହ ରାଉରକେଲାରେ ପାଳିତ ହୋଇଛି ବକ୍ରି ଇଦ୍। ଇଦଗାଦ ମୈଦାନରେ ସମସ୍ତ ମୁସଲମାନ ଭାଇ ଏକତ୍ର ହୋଇ ନମାଜ ପଢିଥିଲେ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସକାଳୁ ଇଦଗାହ ମୈଦାନରେ ବହୁ ସଂଖ୍ୟାରେ ଲୋକ ନମାଜ ପଢିବା ପାଇଁ ଆସିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମୈଦାନ ବାହାରେ ପୋଲିସ ମୁତୟନ କରାଯାଇଥିଲା । ଭାଇଚାରାର ସହର ରାଉରକେଲା ଠାରେ ବକ୍ରି ଇଦ ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ରାଉରକେଲାକୁ ଛାଡି ରାଜଗାଙ୍ଗପୁର, ବୀରମିତ୍ରପୁର, କଳୁଙ୍ଗା, ବିଶ୍ରା ସହିତ ଅନ୍ୟ ମସଜିଦରେ ମଧ୍ୟ ନମାଜ ପାଠ ହୋଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ