ଓଡିଶା

odisha

ETV Bharat / state

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଗଡିଲା ସଚେତନତା ରଥ - Sundargarh district administration

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ଅଧିନସ୍ଥ ହାଇସ୍କୁଲ ରୂପାନ୍ତରୀକରଣ ସଚେତନତା ରଥ ଗଡିଲା । ଏହି ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଅଧିକ ପଢନ୍ତୁ...

ସୁନ୍ଦରଗଡ ଜିଲ୍ଲାପାଳ
ସୁନ୍ଦରଗଡ ଜିଲ୍ଲାପାଳ

By

Published : Oct 20, 2021, 6:20 AM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ 5-T ଅଧିନସ୍ଥ ହାଇସ୍କୁଲ ରୂପାନ୍ତରୀକରଣ ସଚେତନତା ରଥ ଗଡିଲା । ଏହି ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଗଡିଲା ସଚେତନତା ରଥ

ଜିଲ୍ଲା ପ୍ରଶାସନ ଏବେ ସରକାରୀ ଯୋଜନାର ପ୍ରଚାର ଓ ପ୍ରସାରରେ ଲାଗିଛି । ଆଜି ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ପରିସରରୁ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ହାତକୁ ନିଆଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲଥ ସ୍ମାର୍ଟ କାର୍ଡ , 5-T ଅଧିନସ୍ଥ ହାଇସ୍କୁଲ ରୂପାନ୍ତରୀକରଣ ଓ ଆଡଭାନସ ପୁନର୍ବାସ ବ୍ୟବସ୍ଥାର ବାର୍ତ୍ତା ନେଇ ଏକ ସଚେତନତା ରଥ ଜିଲ୍ଲାରେ ଗଡିଛି ।

ଏହି ରଥରେ ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର (LED) ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସରକାରୀ ଯୋଜନା , ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନାର ପରିଭାଷା ସଂପର୍କରେ ସଚେତନ କରିବା ନେଇ ଏହି ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ।

ତେବେ ଏପରି ରଥ ଜିଲ୍ଲାପାଇଁ ଦୁଇଟି ଗଡିଛି ଓ ଏହି ରଥ ଜିଲ୍ଲାର ସମସ୍ତ ପଞ୍ଚାୟତକୁ ସଂଯୋଗ କରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ହିତାଧିକାରୀଙ୍କ ପରିବାରର କୌଣସି ବ୍ୟକ୍ତି ବଡ ବଡ ରୋଗ ପାଇଁ ଘରୋଇ ଅନୁବନ୍ଧିତ ଡାକ୍ତରଖାନା ଗୁଡିକରେ କ୍ୟାସଲେଶ ସେବା ପାଇ ପାରିବା ନେଇ ସରକାର ବ୍ୟବସ୍ଥା କରିଥିବା କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିନଟେଣ୍ଡଣ୍ଟ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ସାହୁ କହିଛନ୍ତି ।

ତେବେ ଏହି ଯୋଜନାର କାର୍ଡ ସରକାରୀ ଡାକ୍ତରଖାନାରେ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । କାର୍ଡ ବା ଯୋଜନା କାମରେ ଆସୁ ବା ନ ଆସୁ ଯୋଜନାର ସୁଫଳ ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ଲୋକେ ଯେପରି ଏହାର ସୁଯୋଗ ନେଇପାରିବେ ସେ ନେଇ ଜିଲ୍ଲାପ୍ରଶାସନ ଆଜି ଜିଲ୍ଲାବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏହି ସଚେତନତା ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details