ଓଡିଶା

odisha

ETV Bharat / state

ଏସଟି ଓ ଏସସି ପ୍ରିଭେନସନ ନିୟମ ଉପରେ ସଚେତନତା ଶିବିର - ସଚେତନତା ଶିବିର

ସୁନ୍ଦରଗଡ ଜିଲ୍ଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏସଟି ଓ ଏସସି ପ୍ରିଭେନସନ ନିୟମ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସଚେତନତା ଶିବିର
ସଚେତନତା ଶିବିର

By

Published : Mar 26, 2021, 12:07 PM IST

ସୁନ୍ଦରଗଡ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏସଟି ଓ ଏସସି ପ୍ରିଭେନସନ ନିୟମ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।

ସଚେତନତା ଶିବିର

ଆଇନ ସେବା ପ୍ରାଧିକରଣରେ ଆଦିବାସୀ ଓ ହରିଜନଙ୍କ ପାଇଁ ଥିବା ଆଇନର ବ୍ୟବସ୍ଥା , ତାର ଗୁରୁତ୍ବ, ପ୍ରଭାବ ଓ କ୍ଷମତା ନେଇ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଛି । କୌଣସି ସ୍ଥିତିରେ କେହି ବି ଏହି ବର୍ଗର ଲୋକଙ୍କୁ ତାଙ୍କ ଜାତି ନେଇ କୌଣସି ପ୍ରଶ୍ନ କିମ୍ବା ଜାତିକୁ ଆକ୍ଷେପ କରି କିଛି ବି କହି ପାରିବେ ନାହିଁ । ଯଦି ଏପରି କେହି କରେ ସେମାନଙ୍କୁ ଦଣ୍ଡ ଭୋଗିବା ନିଶ୍ଚିତ ବୋଲି ଆଇନ ସେବା ପ୍ରାଧିକରଣ କହିଛି ।

କେହି ନରହତ୍ୟା କରି ଆଗ୍ରୀମ ଜାମିନ ପାଇଁ ନ୍ୟାୟାଳୟର ଆଶ୍ରୟ ନିଅନ୍ତି ତେବେ ତାଙ୍କୁ ହୁଏତ ଜାମିନ ମିଳିପାରେ ହେଲେ ଏହି ବର୍ଗର ମାମଲାରେ ନ୍ୟାୟଳୟ କାହାରିକୁ ଜାମିନ ଦେଇ ପାରିବ ନାହିଁ ବୋଲି ଆଇନସେବା ପ୍ରାଧିକରଣ ସ୍ପଷ୍ଟ କରିଛି । ସାଧାରଣ ଲୋକଙ୍କ ପରି ଆଦିବାସୀ ଓ ହରିଜନଙ୍କୁ ସେତିକି ସମ୍ମାନ ମିଳିବା ଦରକାର ବୋଲି କହିଛନ୍ତି ସ୍ବତନ୍ତ୍ର ଜଜ ଅଶ୍ବିନୀ କୁମାର ନାୟକ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details