ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ପ୍ରାଧିକରଣର ସଚେତନତା ଶିବିର ଅନୁଷ୍ଠିତ

ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ପ୍ରାଧିକରଣର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ସୁନ୍ଦରଗଡରେ ପ୍ରାଧିକରଣର ସଚେତନତା ଶିବିର ଅନୁଷ୍ଠିତ
ସୁନ୍ଦରଗଡରେ ପ୍ରାଧିକରଣର ସଚେତନତା ଶିବିର ଅନୁଷ୍ଠିତ

By

Published : Feb 25, 2021, 7:04 AM IST

ସୁନ୍ଦରଗଡ: ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ମାନବ ଚାଲାଣ , ମୋଟରଯାନ ଆଇନ ଓ ମୋଟର ଯାନ ଦୁର୍ଘଟଣା ଜନିତ ଆଇନ ଉପରେ ଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି । ଏଥିରେ ଯୋଗ ଦେଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେକ୍ରେଟାରୀ ।

ସୁନ୍ଦରଗଡରେ ପ୍ରାଧିକରଣର ସଚେତନତା ଶିବିର ଅନୁଷ୍ଠିତ

ଆଇନକୁ ସମସ୍ତେ ଜାଣିବା ଦରକାର ଓ ସମସ୍ତେ ଏହାକୁ ସମ୍ମାନ ମଧ୍ୟ ଦେବା ଦରକାର ବୋଲି ଆଇନ ସେବା ପ୍ରାଧିକରଣର ଜର୍ଜ ମାନେ ଛାତ୍ରୀ ମାନଙ୍କୁ ସୂଚିତ କରିବା ସହ ସେମାନଙ୍କ ମାଧ୍ୟମରେ ସେମାନଙ୍କ ପରିବାର ସଦସ୍ୟ ଓ ତାଙ୍କ ସାଥୀମାନଙ୍କୁ ସଚେତନ କରାଇଥିଲେ ।

ସୁନ୍ଦରଗଡରେ ଝିଅ ବା ମାନବ ଚାଲାଣ ପ୍ରସଙ୍ଗ ଏବେ କ୍ୟାନସରର ରୂପ ନେବାକୁ ଯାଉଥିବାରୁ ସମସ୍ତ ଜନ ସାଧାରଣ ଏହି ଆଇନକୁ ବୁଝି କାର୍ଯ୍ୟରେ ଲଗାଇବା ସହ ସମାଜକୁ ଏହି ବ୍ୟାଭିଚାର ଓ ଅମାନବିକାତରୁ ରକ୍ଷା କରିବା ଦରକାର ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସେକ୍ରେଟାରୀ କହିଛନ୍ତି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯାଉଥିବା କଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ କହିଛନ୍ତି ।

ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details