ସୁନ୍ଦରଗଡ: ସଡକ ଦୁର୍ଘଟଣା କମାଇବା ଓ ନୂତନ ଟ୍ରାଫିକ ନିୟମ ପାଳନ କରିବା ନେଇ ସୁନ୍ଦରଗଡ ପୋଲିସ ବିଭିନ୍ନ ସଚେତନତା ଅଭିଯାନ ଆରମ୍ଭ କରିଛି । କେଉଁଠି ସଚେତନତା ଲେଖାଥିବା ପୋଷାକ ପିନ୍ଧାଇ ସାଇକେଲ ରାଲିରେ ଲୋକଙ୍କୁ ସଚେତନ କରୁଛି ତ ପୁଣି କେଉଁଠି ପଥପ୍ରାନ୍ତ ନାଟକ ଓ ଗୀତ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ପୋଲିସର ଏହି ସଚେତନତା ଅଭିଯାନ ଆସନ୍ତା ଫେବୃଆରୀ 17 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୁନ୍ଦରଗଡ ଏସପି ସୂଚନା ଦେଇଛନ୍ତି ।
ସଡକ ସୁରକ୍ଷା ନେଇ ସୁନ୍ଦରଗଡ ପୋଲିସର ସଚେତନତା ଅଭିଯାନ - ସଡକ ସୁରକ୍ଷା ସଚେତନତା
ସଡକ ଦୁର୍ଘଟଣା କମାଇବା ଓ ନୂତନ ଟ୍ରାଫିକ ନିୟମ ପାଳନ କରିବା ନେଇ ସୁନ୍ଦରଗଡ ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ...
ସଡକ ସୁରକ୍ଷା ନେଇ ସୁନ୍ଦରଗଡ ପୋଲିସର ସଚେତନତା ଅଭିଯାନ
ସୁନ୍ଦରଗଡର ଜନଗହଳି ପୂର୍ଣ୍ଣ ପ୍ରମୁଖ ସ୍ଥଳଗୁଡିକରେ ଭିନ୍ନ ଭିନ୍ନ ନାଟକ ଜରିଆରେ ଏହି ସଚେତନତା ଅଭିଯାନ ଜାରି ରହିଛି । ଏହାସହ ଗ୍ରାମଞ୍ଚଳ ଗୁଡିକରେ ମଧ୍ୟ ପୋଲିସ ବାହିନୀ ଅନୁରୂପ କାର୍ଯ୍ୟ ଆରମ୍ଭ କରିଛି । ସଚେତନତା ମାସ ପରେ ଏହି ନିୟମକୁ କଡାକଡି ଭାବେ କରାଯିବା ସହ ନିୟମ ଉଲଙ୍ଘନକାରୀଙ୍କ ଉପରେ ମୋଟର ଭାଇକିଲ ଆକ୍ଟ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା କରାଯାଇଥିବା କଥା ସ୍ପଷ୍ଟ ହୋଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ