ଓଡିଶା

odisha

ETV Bharat / state

ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ, ଥାନାରେ ୪ ଜଣଙ୍କ ନାଁରେ ମାମଲା

ସୁନ୍ଦରଗଡ ଟାଉନ ଥାନା ପତ୍ରାପଡାରେ ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ । ଏନେଇ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ...

By

Published : Sep 23, 2021, 3:22 PM IST

ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ , ଥାନାରେ ୪ ଜଣଙ୍କ ନାରେ ମାମଲା ରୁଜୁ
ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ , ଥାନାରେ ୪ ଜଣଙ୍କ ନାରେ ମାମଲା ରୁଜୁ

ସୁନ୍ଦରଗଡ:ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ । ଥାନାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ । ଗତ ୨୦ ତାରିଖ ଦିନ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପତ୍ରାପଡାରେ ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ । ଏନେଇ ମହିଳା ଜଣଙ୍କ ଗତକାଲି (ବୁଧବାର) ସନ୍ଧ୍ୟାରେ ଟାଉନ ଥାନାରେ ମହିଳାଙ୍କ ଅଭିଯୋଗ ପରେ ପରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।

ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ , ଥାନାରେ ୪ ଜଣଙ୍କ ନାରେ ମାମଲା ରୁଜୁ

ମହିଳାଙ୍କ ସ୍ୱାମୀ ସୁଧୀର ବେହେରା, ଦେଢଶୁର ଶିଶିର ବେହେରା, ଦିଅର ସୁବୀର ବେହେରା ଓ ଶାଶୁ ଶୀଲା ବେହେରା ମହିଳା ଜଣଙ୍କୁ ବସ୍ତ୍ରହୀନ କରି ନିର୍ଦ୍ଧୁମ ମାଡ ମାରି ରକ୍ତାକ୍ତ କରିଦେଇଥିଲେ । ଏଥି ସହ ଗ୍ୟାସ ଚୂଲା ଆଣି ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟାକରିବାକୁ ଯୋଜନା କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ ହୋଇଛି ।

ପରେ ମହିଳା ଜଣଙ୍କ କୌଶଳ କ୍ରମେ ଖସିଆସି ତାଙ୍କ ସାନ ଭାଇକୁ ସୂଚନା ଦେଇଥିଲେ । ଏହା ପରେ ମହିଳାଙ୍କ ସାନ ଭାଇ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା । ଘଟଣାକୁ ଗୁରୁତ୍ବର ସହ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ସଂପୃକ୍ତ ମହିଳା 2013 ମସିହାରେ ବୈଦିକ ରୀତିନୀତିରେ ସୁନ୍ଦରଗଡ ପତ୍ରପଡାର ସୁଧୀର ବେହେରାଙ୍କୁ ବିବାହ କରିବା ସହ ଯୌତୁକ ହିସାବରେ 60000 ଟଙ୍କା ଆଣିଥିଲେ ।

ତେବେ ବିବାହର 4 ବର୍ଷ ପରେ ( 2017 ) ତାଙ୍କୁ ଆଉ ୨ଲକ୍ଷ ଟଙ୍କା ଆଣିବାକୁ କହିବା ସହ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ । କେବଳ ସେତିକି ନୁହେଁ ତାଙ୍କୁ ସବୁ ବେଳେ ଏକ ବନ୍ଦ କୋଠରୀ ମଧ୍ୟରେ ରଖିବା ସହ ତାଙ୍କର ସନ୍ତାନକୁ ମଧ୍ୟ ତାଙ୍କ ଠାରୁ ଦୂରେଇ ରଖଯାଇଥିବା କଥା ସେ ଲିଖିତ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details