ଓଡିଶା

odisha

ETV Bharat / state

ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାର ପର୍ଦ୍ଦାଫାସ, ୩ ଗିରଫ

Attempted murder for business: ରାୟପୁରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସୁପାରୀକିଲର ସହ ସୁନ୍ଦରଗଡ଼ ଏବଂ ଝାରସୁଗୁଡାର ୨ ଜଣ ଉଠାଇନେଲା ଛତିଶଗଡ଼ ପୋଲିସ । ଟଙ୍କା ନେଣଦେଣକୁ ନେଇ ହତ୍ୟା ଉଦ୍ୟମ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି ଘଟଣାର ପର୍ଦ୍ଦାଫାସ , ୩ ଗିରଫ
ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି ଘଟଣାର ପର୍ଦ୍ଦାଫାସ , ୩ ଗିରଫ

By ETV Bharat Odisha Team

Published : Dec 21, 2023, 6:53 PM IST

ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି ଘଟଣାର ପର୍ଦ୍ଦାଫାସ , ୩ ଗିରଫ

ରାଉରକେଲା:ବ୍ୟବସାୟକୁ ନେଇ ଶତ୍ରୁତା । ଦୁଇ ବ୍ୟବସାୟୀ ମଧ୍ୟରେ ବ୍ୟବସାୟକୁ ବଚସାକୁ ନେଇ ହତ୍ୟା ପ୍ଲାନିଂ । ଛତିଶଗଡ଼ ରାୟପୁରର ବ୍ୟବସାୟୀ ଗୁଳି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।ବ୍ୟବସାୟୀକୁ ଶତ୍ରୁତାକୁୁ ନେଇ ଏଭଳି କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ମୋଟ ୩ ଜଣକୁ ଗିରଫ କରିଛି । ଘଟଣା ସ୍ଥଳରୁ ହିଁ ସୁପାରୀକିଲକୁ ଗିରଫ କରିଥିଲା ପୋଲିସ । ବ୍ୟବସାୟୀ ସନ୍ଦୀପଙ୍କୁ ହତ୍ୟା କରିବା ପାଇଁ ୧୦ ଲକ୍ଷ ସୁପାରୀ ଦିଆଯାଇଥିଲା । ଏହାସହ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ହତ୍ୟାରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଛି ପୋଲିସ । ଟ୍ରାନ୍ସପୋଟିଂ ଟଙ୍କାକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ସୁନ୍ଦରଗଡ ଉଜ୍ଜ୍ବଳପୁରର ବ୍ୟବସାୟୀ ସନ୍ତୋଷ ସିଂ ଏବଂ ଝାରସୁଗୁଡାର ଜଣେ ବ୍ୟବସାୟୀ ଛତିଶଗଡ ରାୟପୁରର ସନ୍ଦୀପ କୁମାରଙ୍କ ସହ ଟ୍ରାନ୍ସପୋର୍ଟିଂ ବ୍ୟବସାୟରେ ଥିଲେ । ବହୁବର୍ଷ ଧରି ସେମାନେ ଟ୍ରାନ୍ସପୋର୍ଟିଂ ବ୍ୟବସାୟ କରିଆସୁଥିଲେ । କୌଣସି କାରଣରୁ ଉଭୟ ପକ୍ଷଙ୍କ ମଧ୍ୟରେ ଟଙ୍କା ଦେବାନେବାକୁ ନେଇ ବିବାଦ ଦେଖା ଦେଇଥିଲା । ବିବାଦ ଏତେ ବଢ଼ିଯାଇଥିଲା ଯେ ଏହା ହତ୍ୟା ପ୍ଲାନିଂ ପର୍ଯ୍ୟନ୍ତ ପହଞ୍ଚିଥିଲା । ପରେ ଏହି ବ୍ୟବସାୟୀ ଦ୍ୱୟ ସୁପାରୀକିଲର ଅମନ ଶର୍ମାଙ୍କୁ ସନ୍ଦିପଙ୍କୁ ହତ୍ୟା କରିବାକୁ ୧୦ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାୟପୁରରେ ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ଯୁବକ ଗିରଫ

ସୂଚନାଯୋଗ୍ୟ ଗତକାଲି (ବୁଧବାର) ଦିନ ରାୟପୁରର ତେଲିବନ୍ଧା ପୋଲିସ ଷ୍ଟେସନ ଅନ୍ତର୍ଗତ ଲାହାଣ୍ଡିରେ ଥିବା ପୁରୁଣା ମଦଭାଟି ନିକଟରେ ଏହି ଗୁଳି ବିନିମୟ ଘଟଣା ଘଟିଥିଲା । ସନ୍ଦୀପଙ୍କୁ ୨ ରାଉଣ୍ଡ ଗୁଳି ମାରିଥିଲା ଅଭିଯୁକ୍ତ । ପୋଲିସ ଘଟଣା ସ୍ଥଳରୁ ହିଁ ଅଭିଯୁକ୍ତକୁ ଗିରଫ କରିଥିଲା । ସନ୍ଦୀପ ଗୁଳି ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଶଶୁର ଘର ନିପାତ କରିଦେଲା ଜ୍ବାଇଁ: ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା

ଏହା ପରେ ସୁପାରିକିଲରକୁ ଜେରା କରିଥିଲା ରାୟପୁର ପୋଲିସ । ତେବେ ଅଭିଯୁକ୍ତ ଅମନ ସବୁୁ ସତ ଓଗାଳିଥିଲା ।ଛତିଶଗଡ଼ର ତେଲିବନ୍ଧା ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶାରେ ପହିଞ୍ଚି ଛାନଭିନ ଆରମ୍ଭ କରିଥିଲା । ସୁନ୍ଦରଗଡ଼ ଏବଂ ଝାରସୁଗୁଡାର ଦୁଇ ବ୍ୟବସାୟୀ ଗିରଫ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details