ରାଉରକେଲା: ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ଆଜି ସୁସ୍ମିତାଙ୍କ ସ୍ବାମୀଙ୍କୁ HRPC ପକ୍ଷରୁ ଜେରା କରାଯାଇଛି । ସୁସ୍ମିତାଙ୍କ ସ୍ବାମୀ ସୁଶୀଲ ଟୋପ୍ନଙ୍କୁ ଲମ୍ବା ସମୟ ଧରି କରାଯାଇଛି ପଚରାଉଚରା । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଥିବା ଜଣାପଡିଛି । ପାରିବାରିକରୁ ଆରମ୍ଭ କରି କାର୍ଯ୍ୟାଳୟ ଆଦି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି । ସୁସ୍ମିତା ମିଞ୍ଜ ରହସ୍ୟମୟ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଅଧିକ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କୌଣସି ଚାପର ବଶବର୍ତ୍ତୀ ହୋଇ ସେ ଜୀବନ ହାରିଛନ୍ତି ନା ଏହା ସୁପରିକଳ୍ପିତ ଷଡ଼ଯନ୍ତ୍ର ସେନେଇ ଜାରି ରହିଛି ସସପେନ୍ସ । ଏହି ମାମଲାରେ ବର୍ତ୍ତମାନ HRPC ପକ୍ଷରୁ ତଦନ୍ତ କରାଯାଉଛି । ଏହି ତଦନ୍ତକୁ ଜୋରଦାର କରିଛନ୍ତି ନୂଆ କରି ଦାୟିତ୍ବ ନେଇଥିବା ତଦନ୍ତକାରୀ ଅଫିସର HRPC DSP ବିନତି ମାଝୀ ।
ତଦନ୍ତ ଭାର ନେବା ଦିନରୁ ବର୍ତ୍ତମାନ ଯାଏଁ ଘଟଣାର ସଠିକ ରୂପରେ ତଦନ୍ତ କରିବାକୁ ଚେଷ୍ଟା ଚଳାଇଛି ତଦନ୍ତକାରୀ ଟିମ୍ । ମୃତଦେହ ଉଦ୍ଧାର ସ୍ଥଳରୁ ନେଇ ମୃତଦେହ ମିଳିଥିବା ପୋଖରୀର ଯାଞ୍ଚ କରିବା ସହ ଗୁରୁଣ୍ଡିଆ ବିଡ଼ିଓ ଏବଂ ସିଡିପିଓଙ୍କୁ ମଧ୍ୟ ଜେରା ହୋଇଛି । ତେବେ ଗୁରୁଣ୍ଡିଆ ବିଡ଼ିଓ ନିଜେ ସ୍ବୀକାର କରିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାପାଳ ସୁସ୍ମିତାଙ୍କ ପରିବାର ନିକଟକୁ ଯାଇ ସୁସ୍ମିତା ଡିପ୍ରେସନରେ ଥିବା କଥା ତାଙ୍କୁ କହିଥିଲେ । ଆଜି ସୁସ୍ମିତାଙ୍କ ସ୍ବାମୀଙ୍କୁ ନୂଆ ନୂଆ ପ୍ରଶ୍ନ ନେଇ ଜେରା କରିଛନ୍ତି DSP ବନିତା ମାଝୀ । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ହୋଇଛି ।
ଏହା ବି ପଢନ୍ତୁ...ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ମହିଳା କଂଗ୍ରେସର ନିଆରା ପ୍ରତିବାଦ