ରାଉରକେଲା:ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରିଲେ ହଜାର ହଜାର ଆଦିବାସୀ । ଆସିଷ୍ଟାଣ୍ଟ୍ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଗିରଫ ସହ CBI ତଦନ୍ତ ଦାବି ଉଠିଛି ।
ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସୁସ୍ମିତା ମିଞ୍ଜ ମୃତ୍ୟୁ ପଛରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି ଆଦିବାସୀ ସଂଘ । ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବା ସହ ମାମଲାର CBI ତଦନ୍ତ ଦାବିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ହଜାର ହଜାର ଆଦିବାସୀ ।
ମଙ୍ଗଳବାର ଦିନ ହଜାରହଜାର ଆଦିବାସୀ ଏକାଠି ହୋଇ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଜଷ୍ଟିସ ଫର୍ ସୁସ୍ମିତା ନାରା ଦେଇଛନ୍ତି ଆନ୍ଦୋଳନକାରୀମାନେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ସୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା ଆଦିବାସୀ ସଂଘ । ଏଥିସହ CBI ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ତେବେ ଆନ୍ଦୋଳନ ବେଳେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଦେଖାଯାଇଥିଲା ।
ଏହାମଧ୍ୟ ପଢନ୍ତୁ..ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର