ରାଉରକେଲା:ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ମହିଳା କଂଗ୍ରେସର ନିଆରା ପ୍ରତିବାଦ । ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଗତକାଲି (ସୋମବାର) ନିଆରା ଢଙ୍ଗରେ ନୀରବ ପ୍ରତିବାଦ ସଭା କରାଯାଇଛି । ସୁସ୍ମିତାଙ୍କୁ ନ୍ୟାୟ ଦାବିରେ ମୁହଁରେ କପଡା ବାନ୍ଧି ଧାରଣାରେ ବସିଥିଲେ ମହିଳା କଂଗ୍ରେସ କର୍ମୀ । ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ଯାଏଁ ପୋଲିସ ହାତ ଖାଲି ପଡ଼ିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ ଠିକ ଭାବରେ ତଦନ୍ତ କରୁନଥିବା ନେଇ ବହୁ ଦିନରୁ ଅଭିଯୋଗ ହେଉଥିବା ବେଳେ ମହିଳା କଂଗ୍ରେସ ଏହା ବିରୋଧରେ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ସେମାନଙ୍କର ଅନନ୍ୟ ଆଭିମୁଖ୍ୟ ଥିଲା ମୁହଁରେ କପଡ଼ାର ମାସ୍କ ପିନ୍ଧିବା । ଏହି ସରକାର ମହିଳାଙ୍କ ସ୍ୱର ଦବାଇବାକୁ ପଛକୁ ହଟୁ ନାହିଁ ବୋଲି ଅଭିଯୋଗ କରି ମୁହଁରେ କପଡା ବାନ୍ଧି ପ୍ରତିବାଦ କରିଥିବା କହିଛନ୍ତି ମହିଳା କଂଗ୍ରେସର ସଦସ୍ୟା ।
ଏହା ମଧ୍ୟ ପଢନ୍ତୁ - ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣା, ରାଜ୍ୟ ମାନବାଧିକାର କମିସନରେ ମାମଲା ରୁଜୁ